fbpx

କେରଳରେ ପୁଣି ‘କରୋନା’ ଭାଇରସ ଆକ୍ରାନ୍ତ ଚିହ୍ନଟ

କେରଳ,୨ ।୨: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭାରତରେ ଆଉ ଜଣେ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣକ କେରଳର ଥିବା ବେଳେ ସେ ଗତ ଜାନୁଆରୀ ୨୪ରେ ଚୀନରୁ ଫେରିଥିଲେ । ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ବର୍ତ୍ତମାନ ସମୟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ଉପରେ ନଜର ରଖିଛି ।

ତେବେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୩୦୦ରୁ ଅଧିକ ଥିବା ବେଳେ ଏଥିରେ ୧୧,୭୯୧ ଜଣ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ କେରଳରେ ଜଣେ କରୋନା ଆକ୍ରାନ୍ତ ପ୍ରଥମେ ଚିହ୍ନଟ ହୋଇଥିଲେ । ସେ ଚୀନର ଉହାନରେ ଡାକ୍ତରୀ ପାଠ ପଢୁଥିଲେ । କେରଳ ଆସିବା ପରେ ତାଙ୍କ ଗଳାରେ ଇନଫେକ୍ସନ ହୋଇଥିବା ଜଣାପଡିଲା । ପରୀକ୍ଷା ପରେ କରୋନା ଭାଇରସ୍ ହୋଇଥିବା ରିପୋର୍ଟ ଆସିଥିଲା ।

Get real time updates directly on you device, subscribe now.