ନୂଆଦିଲ୍ଲୀ: ଆଜିକାଲିର ଯୁବପିଢୀଙ୍କ ପାଇଁ ବଦଳି ଯାଇଛି ପ୍ରେମର ପରିଭାଷା । ପ୍ରେମର ପବିତ୍ର ସମ୍ପର୍କକୁ କଳିଙ୍କିତ କରି ଦେଉଛି ଯୁବକ-ଯୁବତୀଙ୍କ ସ୍ୱାର୍ଥପରତା ଆଉ ଲୋଭ । ଭୁଲି ଯାଉଛନ୍ତି ମାନବିକତା ଆଉ ସମ୍ପର୍କର ସବୁ ମିଠା ମିଠା ସ୍ମୃତି । ଗୋଟିଏ ସାଥୀକୁ ଭୁଲି ଆଉ ଜଣକୁ ଖୁବ ସହଜରେ ଗ୍ରହଣ କରି ନେଉଛନ୍ତି ଏମାନେ । ଏହାପରେ ପ୍ରଥମକୁ ଭୁଲିବା ଖୁବ ସହଜ ହୋଇଯାଉଛି । କିନ୍ତୁ ଏହି ଘଟଣାରେ କାହାଣୀ କିଛି ଅଲଗା । ଏହି ମାମଲାରେ ଯୁବତୀ ଜଣକ ଦୁଇ ଜଣ ପ୍ରେମିକଙ୍କୁ ନେଇ ଖେଳୁଛନ୍ତି ଡବଲ୍-ଗେମ୍ । ଜଣକୁ ଭୁଲିଯିବା ପାଇଁ ଆଉ ଜଣେ ପ୍ରେମିକକୁ କରି ଦେଇଛନ୍ତି କାହାଣୀର ଭିଲିଆନ୍ ।
ସୂଚନା ଅନୁସାରେ, କେରଳ ପୋଲିସ ଲକ୍ଷ୍ମୀପ୍ରିୟା ନାମକ ଜଣେ ଯୁବତୀଙ୍କୁ ଅପହରଣ ଏବଂ ମାରପିଟ କରିବା ପାଇଁ ସୁପାରୀ ଦେବା ମାମଲାରେ ଗିରଫ କରିଛି । ତେବେ ଆଶ୍ଚର୍ଯ୍ୟର ଘଟଣା ହେଉଛି ସୁପାରୀର ଶିକାର ହୋଇଥିବା ଯୁବକ ହେଉଛନ୍ତି ଲକ୍ଷ୍ମୀପ୍ରିୟାଙ୍କ ପ୍ରଥମ ପ୍ରେମିକ । ତେବେ ପ୍ରକୃତ ଘଟଣା ହେଉଛି ଲକ୍ଷ୍ମୀପ୍ରିୟା ଶିବରାମଙ୍କ ସହ ରିଲେସନରେ ଥିଲେ । କିନ୍ତୁ କିଛି ଦିନର ସମ୍ପର୍କ ପରେ ଅନ୍ୟ ଜଣେ ଯୁବକଙ୍କ ପ୍ରତି ଆତ୍କୃଷ୍ଟ ହୋଇଥିଲେ ଲକ୍ଷ୍ମୀପ୍ରିୟା । ତେବେ ଶିବରାମ ତାଙ୍କ ଗାର୍ଲଫ୍ରେଣ୍ଡ(ଲକ୍ଷ୍ମୀପ୍ରିୟା)କୁ ଭୁଲି ପାରୁ ନଥିଲେ । ତେଣୁ ଲକ୍ଷ୍ମୀପ୍ରିୟା କରିଥିଲେ ଏକ ଭୟଙ୍କର ପ୍ଲାନ । ତେବେ ଶିବରାମଙ୍କ ପାଖରୁ ପିଛା ଛଡେଇବା ପାଇଁ ଲକ୍ଷ୍ମୀପ୍ରିୟାଙ୍କ ହତିଆର ପାଲଟିଥିଲେ ଦ୍ୱିତୀୟ ପ୍ରେମିକ । ଶିବରାମଙ୍କୁ ମାରିବା ପାଇଁ ଏବଂ ଅପହରଣ କରିବା ପାଇଁ ତାଙ୍କଠୁ ସାହାଯ୍ୟ ମାଗିଥିଲେ ଲକ୍ଷ୍ମୀ ।
ପୋଲିସର ରିପୋର୍ଟ କହୁଛି ଯେ, ଲକ୍ଷ୍ମୀପ୍ରିୟାଙ୍କ କହିବା ଅନୁସାରେ ଦ୍ୱିତୀୟ ପ୍ରେମିକ କିଛି ସାଥୀଙ୍କ ସହ ଅପହରଣର ଯୋଜନା କରିଥିଲେ । ହ୍ୱାଟ୍ସଆପ ଜରିଆରେ ଶିବରାମଙ୍କୁ ସେମାନେ କହିଥିଲେ ଯେ, ଲକ୍ଷ୍ମୀପ୍ରିୟା ତାଙ୍କ ନୂଆ ପ୍ରେମିକଙ୍କ ସହ ତାଙ୍କ ଘରକୁ ଯାଉଛନ୍ତି । ଏହାପରେ ଶିବରାମଙ୍କୁ ସାଙ୍ଗରେ ନେଇଯିବା ସହିତ ରାସ୍ତାରେ ଗୋଟିଏ ଘର ଭିତରେ ଖୁବ ପିଟିଥିବା ନେଇ ଅଭିଯୋଗ ହୋଇଛି । ଏହାପରେ ତାଙ୍କୁ ମଦ ପିଇବା ପାଇଁ ମଧ୍ୟ ବାଧ୍ୟ କରିଥିଲେ ।
ତେବେ ଗ୍ୟାଙ୍ଗର ଦୁଇ ଜଣ ଯୁବକ ଶିବରାମଙ୍କ ସମସ୍ତ କପଡା ଖୋଲି ତାଙ୍କୁ ମାରପିଟ କରିଥିଲେ । ଏହାପରେ ଏସବୁ ଘଟଣାର ଭିଡିଓ ରେକର୍ଡ କରି ଶିବରାମଙ୍କୁ ଧମକ ଦେଇଥିଲେ ଲକ୍ଷ୍ମୀପ୍ରିୟା । ତାଙ୍କୁ ଭୁଲି ନଗଲେ ଏହି ଭିଡିଓକୁ ଭାଇରାଲ କରିଦେବେ ବୋଲି ସେ ଧମକ ଦେଇଥିଲେ । ତେଣୁ ଏହି ମାମଲାକୁ ନେଇ ଅଭିଯୋଗ ହେବା ପରେ କେରଳ ପୋଲିସ ଶାତିର ଗାର୍ଲଫ୍ରେଣ୍ଡ ଲକ୍ଷ୍ମୀପ୍ରିୟାକୁ ଗିରଫ କରିଛି । ଏହାସହିତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି ।