fbpx

୨ରୁ ୩ ଦିନ ପର୍ଯ୍ୟନ୍ତ କୋହଲା ପାଗ, ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଛିଞ୍ଚିବ ବର୍ଷା

Advertisement

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଆଭ୍ୟନ୍ତରୀଣ ତାମିଲନାଡୁ ତଥା ପାର୍ଶ୍ୱବର୍ତ୍ତୀ ରୟାଲସୀମାରୁ ଉପକୂଳ ଆନ୍ଧ୍ର ପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ସମୁଦ୍ର ପତ୍ତନଠାରୁ ୧.୫କିମି ଉପରେ ନିମ୍ନ ଚାପରେଖା ସକ୍ରିୟ ରହିଛି । ଏହାର ପ୍ରଭାବରେ କିଛି ଜିଲ୍ଲାରେ ହାଲୁକା ବର୍ଷା ଲାଗି ରହି ରହିଛି । ଏହାର ପ୍ରଭାବରେ ୨ରୁ ୩ ଦିନ ପର୍ଯ୍ୟନ୍ତ କୋହଲା ପାଗ ଜାରି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ରାତ୍ରୀ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

 

 

Get real time updates directly on you device, subscribe now.