fbpx

ଦେଶରେ ସୃଷ୍ଟି ହେବ ୩.୬୦ ଲକ୍ଷ ଚାକିରି! ଏୟାର ଇଣ୍ଡିଆ ଡିଲ୍ ଆଣିବ ବଡ଼ ନିଯୁକ୍ତି ସୁଯୋଗ

Advertisement

ନୂଆଦିଲ୍ଲୀ: ଭାରତର ଏୟାର ଇଣ୍ଡିଆ ବିମାନ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସହିତ ଏହି ବଡ଼ ଡିଲ ସ୍ୱାକ୍ଷରିତ କରିଛି । ଏୟାର ଇଣ୍ଡିଆ ୪୭୦ଟି ନୂଆ ବିମାନ କିଣିବାକୁ ଯାଉଛି । ଫ୍ରାନ୍ସର ଏୟାରବସ ଓ ଆମେରିକାର ବୋଇଂ କମ୍ପାନୀ ଏୟାର ଇଣ୍ଡିଆକୁ ବିମାନ ସପ୍ଲାଇ କରିବେ । ତେବେ ଏହି ବିମାନର କିଛି ମହତ୍ତ୍ୱପୂର୍ଣ୍ଣ ଅଂଶ ବ୍ରିଟେନରେ ନିର୍ମାଣ କରାଯିବ ।

ଗତ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏୟାର ଇଣ୍ଡିଆର ୪୭୦ଟି ବିମାନ ଅର୍ଡର ନେଇ ଘୋଷଣା କରିଥିଲେ । ଟାଟା ଗ୍ରୁପର ସ୍ୱାମୀତ୍ୱ କମ୍ପାନୀ ଏୟାର ଇଣ୍ଡିଆର ଏହି ଅର୍ଡର ଫଳରେ ଭାରତ ଏକସଙ୍ଗେ ତିନି ଦେଶ ସହିତ ନିଜର ଭାଗିଦାରୀ ମଜବୁତ କରିବାକୁ ପ୍ରୟାସ କରିଛି । ଫ୍ରାନ୍ସର ଏୟାରବସଠାରୁ ୨୫୦ଟି ବିମାନ ଓ ଆମେରିକାର ବୋଇଂଠାରୁ ୨୨୦ଟି ବିମାନ ଅର୍ଡର କରାଯାଇଛି । ଏୟାର ବସର ବିମାନରେ ଯେଉଁ ଇଞ୍ଜିନ ବ୍ୟବହାର ହେବ, ତାହା ବ୍ରିଟେନର କମ୍ପାନୀ ରୋଲସ ରଇସ ନିର୍ମାଣ କରିବ ।

ତେବେ ଏୟାର ଇଣ୍ଡିଆ ଡିଲ ଫଳରେ ଆମେରିକାର ୪୪ଟି ରାଜ୍ୟରେ ୧୦ ଲକ୍ଷ ଚାକିରି ସୃଷ୍ଟି ହେବ । ସେହିପରି ଭାରତରେ ମଧ୍ୟ ୩.୬ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଦେଶର ବେକାରୀ ସମସ୍ୟାକୁ ଦୂର କରିବାରେ କିଛି ମାତ୍ରାରେ ସହାୟକ ହେବ । ଏହି ଡିଲ ଫଳରେ ଭାରତରେ ଆଭିଏସନ ସେକ୍ଟରରେ ଦ୍ରୁତ ଅଗ୍ରଗତି ଦେଖିବାକୁ ମିଳିବ । ସାରା ଦୁନିଆରେ ବର୍ତ୍ତମାନ ଠାରୁ ଭାରତକୁ ଏକ ବିକଶିତ ଦେଶ ଭାବେ ବିବେଚନା କରାଗଲାଣି ।

Get real time updates directly on you device, subscribe now.