fbpx

ଆରସିବିରେ ସାମିଲ ହେଲା ସାନିଆଙ୍କ ନାମ, କହିଲେ ଏହା ମୋ ପାଇଁ ଐତିହାସିକ ସୁଯୋଗ

Advertisement

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ଲଗାତାର ଭାବେ ଇତିହାସ ରଚନା କରିଆସୁଛି । ବିବିସିଆଇ ଦ୍ୱାରା ପ୍ରଥମ ଥର ମହିଳା ଆଇପିଏଲର ଆୟୋଜନ କରୁଛି । ଯାହାକୁ ମହିଳା ପ୍ରିମିୟର ଲିଗ୍ କୁହାଯାଉଛି । ଏଥିରେ ପାଞ୍ଚଟି ଟିମ ଭାଗ ନେଉଛନ୍ତି । ଖେଳାଳିମାନେ ପ୍ରସ୍ତୁତ ହେବାସହ ଦଳ ଗୁଡ଼ିକ ପ୍ରଥମେ WPL ମିଶନରେ ଲାଗି ପଡିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୁଧବାର ଦିନ ଏକ ବଡ ଘୋଷଣା କରିଛି ଏବଂ ଭାରତର ଟେନିସ ଲିଜେଣ୍ଡ ସାନିଆ ମିର୍ଜାକୁ ନିଜ ସହ ଅନ୍ତର୍ଭୁକ୍ତ କରିଛନ୍ତି ।

ସାନିଆ ମିର୍ଜା ମହିଳା ପ୍ରିମିୟମ ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମରେ ମେଣ୍ଟର ହେବେ । ଭାରତରେ ଏହା ପ୍ରଥମ ଥର ପାଇଁ ହେଉଛି ଯେ, ଅନ୍ୟ ଖେଳାଳି ଲିଜେଣ୍ଡକୁ କ୍ରିକେଟ ମେଣ୍ଟର ରୂପରେ ବଛାଯାଇଛି । ସାନିଆ ମିର୍ଜା ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ସେ ଆରସିବି ସହିତ ସାମିଲ ହୋଇ ଖୁସି ଅନୁଭବ କରୁଛନ୍ତି, କାରଣ ଏହା ହେଉଛି ଏକ ଐତିହାସିକ ସୁଯୋଗ ।

ପୁଣି ସାନିଆ କହିଛନ୍ତି ଯେ, ଆରବିସି ବହୁ ସମୟ ପର୍ଯ୍ୟନ୍ତ ଆଇପିଏଲର ପପୁଲାର ଟିମ ରହିଆସିଛି । ବର୍ତ୍ତମାନ ମହିଳା ପ୍ରିମିୟମ ଲିଗରେ ମଧ୍ୟ ଆମେ ଲିଗେସୀକୁ ଆଗକୁ ବଢାଇବା ପାଇଁ ଚେଷ୍ଟା କରିବୁ । କହିବାକୁ ଗଲେ ଏହି ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆ ଓପନ ମ୍ୟାଚ ପରେ ସାନିଆ ମିର୍ଜା ଟେନିସରୁ ସନ୍ନ୍ୟାସ ନେଇଯିବେ ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ମହିଳା)ର ସର୍ପୋଟିଙ୍ଗ ସ୍ଟାଫ

-ମେଣ୍ଟର- ସାନିଆ ମିର୍ଜା
-ହେଡ୍ କୋଚ-ବେନ ସାୟର
-ଆସିଷ୍ଟାଣ୍ଟ କୋଚ-ଏମ.ରଙ୍ଗରାଜନ
-ବ୍ୟାଟିଂ କୋଚ -ଆର.ମୂରଲୀ
-ଟିମ ମ୍ୟାନେଜର -ଡା. ହରିଣୀ
-ଫିଲ୍ଡିଂ କୋଚ-ବାନିଥା ବିଆର
-ହେଥ ଥେରାପିଷ୍ଟ-ନବୀନତା ଗୌତମ

Get real time updates directly on you device, subscribe now.