fbpx

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ ଆରମ୍ଭ ହେବ : ୨୬୦୦ ଗାଡ଼ି ମାଲିକ ଧରାପଡ଼ିଲେ, ପରିବହନ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବା ନେଇ ରାଜ୍ୟ ସରକାର ପୂର୍ବରୁ ବାଧ୍ୟତାମୂଳକ କରିଥିଲେ । ପରବର୍ତ୍ତୀ ସମୟରେ ଏନେଇ ବିଭିନ୍ନ ସମସ୍ୟା ଦେଖା ଦେବାରୁ ଏନେଇ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । ଏହା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ସମୟସୀମା ଏକାଧିକ ବାର ବୃଦ୍ଧି କରି ସାରିଛନ୍ତି ରାଜ୍ୟ ସରକାର ।

ତେବେ ଯେଉଁମାନେ ପାଖରେ ଅନଲାଇନ୍ ସ୍ଲିପ ରଖିଥିବେ ସେମାନେ ଜରିମାନାରୁ ରକ୍ଷା ପାଇବେ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଇତି ମଧ୍ୟରେ ଗାଡ଼ି ନମ୍ବରର ଶେଷ ଅଙ୍କ ଥିବା ୧, ୨, ୩, ୪, ୫, ୬, ୭, ୮ର ସମୟସୀମା ସରିଯାଇଛି । ଗାଡ଼ିର ଶେଷ ଅଙ୍କ ୦ ଓ ୯ର ସମୟସୀମା ଆସନ୍ତା ୨୮ ତାରିଖରେ ସମାପ୍ତ ହେବାକୁ ଯାଉଛି । ତେଣୁ ଏନେଇ ବାଇକ୍ ଆରୋହୀମାନେ ସାବଧାନ ହୋଇଯିବା ଦରକାର ।

ତେବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନିୟମ ଉଲ୍ଲଂଘନ କରିବା କାରଣରୁ ୨୬୦୦ରୁ ଅଧିକ ଗାଡ଼ି ମାଲିକଙ୍କୁ ଜରିମାନା ଲାଗୁ କରାଯାଇଛି । ବିଭିନ୍ନ ନମ୍ବର ସିରିଜ ଯାନ ପାଇଁ ଦିଆଯାଇଥିବା ଶେଷ ତାରିଖ ଅନୁଯାୟୀ ଚାଲାଣ ଜାରି କରାଯାଇଛି । ନମ୍ବର ପ୍ଲେଟ ଓ କଲର କୋଡ ଷ୍ଟିକର ନ ଲଗାଇଥିଲେ ଜରିମାନା ଆଦାୟ କରାଯାଉଛି । ତେବେ ଚଳିତ ବର୍ଷ ଫେବୃଆରୀ ୧୩ ସୁଦ୍ଧା ମୋଟ ୩୮,୪୯,୪୯୮ ଜଣ ଗାଡ଼ି ମାଲିକ ସ୍କୁଲ ବୁକ୍ କରିଛନ୍ତି । ସେଥିମଧ୍ୟରୁ ୩୧,୬୫,୮୫୦ଟି ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଯାଇଛି । ଏହି ନିୟମ ନ ମାନିଲେ ଗାଡ଼ି ମାଲିକଙ୍କ ଠାରୁ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଉଛି । ଏ ବାବଦରେ ପରିବହନ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.