fbpx

ନିଜକୁ ଫିଟ ରଖିବା ପାଇଁ ଦିନରେ ୨ଲିଟର କ୍ଷୀର, ୭୦-୮୦ ଅଣ୍ଡା ଆହୁରୀ କେତେ କଣ ଖାଇଦେଉଛନ୍ତି, ଜାଣିଲେ ଆପଣ ହେଇଯିବେ ଆଶ୍ଚର୍ଯ୍ୟ

Advertisement

ମୁମ୍ବାଇ: ଏମିତି କୌଣସି ବ୍ୟକ୍ତି ନାହଁନ୍ତି ଯିଏ ଦ ଗ୍ରେଟ୍ ଖଲିଙ୍କ ବିଷୟରେ ଶୁଣି ନାହାଁନ୍ତି। ଏହି କିମ୍ବଦନ୍ତୀ କୁସ୍ତି ଖେଳାଳୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଦଲିପ ସିଂ ରାଣା ଅକ୍କା ଦ ଗ୍ରେଟ୍ ଖଲି ଦୁନିଆର ଅନ୍ୟତମ ପ୍ରସିଦ୍ଧ କୁସ୍ତି ଖେଳାଳି ଭାବରେ ପରିଗଣିତ। ୨୦୦୬ ରେ WWE ତାଙ୍କ ଯାତ୍ରା ଆରମ୍ଭ ହେଇଥିଲା । ୭ ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି କୁସ୍ତିଯୋଦ୍ଧା ପରେ WWE ର ବିଶ୍ୱ ହେଭିୱେଟ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ।

ବର୍ଷ ବର୍ଷ ଧରି, ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି, ଏତେ ବଡ଼ ଶରୀରକୁ ବଜାୟ ରଖିବା ପାଇଁ ଦି ଗ୍ରେଟ୍ ଖଲି କ’ଣ ଖାଆନ୍ତି ? ନିକଟରେ ଯାହା ସୂଚନା ମିଳିଛି ନିଜର ଦୈନନ୍ଦିନ ଖାଦ୍ୟ ବିଷୟରେ ପ୍ରକାଶ କରି ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।

ଖଲି କହୁଛନ୍ତି “ଅନେକ ଲୋକଙ୍କର ଏକ ପ୍ରଶ୍ନ ଅଛି ମୁଁ କଣ ଖାଏ, ତେବେ ଫଳ, ଚିକେନ୍ , ଅଣ୍ଡା, ରୁଟି, ବନ୍ଧାକୋବି, ଆପଲ୍ ଠାରୁ ଆରମ୍ଭ କରି ଯେଉଁ ସବୁ ଖାଦ୍ୟ ମଣିଷ କୁ ପ୍ରୋଟିନ ଯୋଗାଇ ଥାଏ ତାହା ମୁଁ ଖାଏ। ଜଣେ ବୃତ୍ତିଗତ କୁସ୍ତି ଭାବରେ, ଖାଲି ତାଙ୍କୁ ରିଙ୍ଗରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବା ପାଇଁ ଏକ ଭାରି ଖାଦ୍ୟ ଏବଂ ବହୁ ବ୍ୟାୟାମ ଆବଶ୍ୟକ ପଡିଥାଏ ।

ଖଲି ସୂଚନା ଦେଇ କହିଛନ୍ତି ଯେ ସେ ପ୍ରତିଦିନ ଖାଦ୍ୟରେ ୭୦ଟି ଅଣ୍ଡା,୨କେଜି ଚିକେନ, ୨ଲିଟର କ୍ଷୀର ଖାଇଥାଆନ୍ତି । ବର୍ତ୍ତମାନ ତାଙ୍କର ଓଜନ ୧୪୦ କେଜି ପାଖା ପାଖି ଅଛି । ସେ ତାଙ୍କ ଡାଇଟରେ କ୍ରାବ ଆଉ ଅଧିକ ଫାଇବର ଯୁକ୍ତ ଖାଦ୍ୟ ନେଇଥାଆନ୍ତି । ଯେହେତୁ ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ ଭରି ରହିଥାଏ ତେଣୁ ସେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି ।

ଏହାସହିତ ଖଲି ଏହା ମଧ୍ୟ ପ୍ରକାଶ କରିଛନ୍ତି ସେ ଘରେ ନିର୍ମିତ ଖାଦ୍ୟ ସେବନ କରିନ୍ତି । ଯେଉଁଥିରେ ଭରପୁର ମାତ୍ରାରେ ଦେଶୀ ଘିଅ ମିଶି ରହିଥାଏ । ଏହା ସହିତ ସେ ଶାଗ ଆଉ ରୁଟି ମଧ୍ୟ ଖାଇଥାଆନ୍ତି । ଦିନକୁ ସେ ପ୍ରାୟ ୨ ଲିଟରର କ୍ଷୀର ମଧ୍ୟ ପିଇଥାଆନ୍ତି । ୫୦ବର୍ଷୀୟ ଖଲି ତାଙ୍କ ଶରୀରକୁ ଫିଟ ରଖିବା ପାଇଁ ହେବି ୱାର୍କଆୁଟ ମଧ୍ୟ କରନ୍ତି । ତାହା ପାଇଁ ସେ ଏବେ ମଧ୍ୟ ଏତେ ଫିଟ ଦେଖାଯାଉଛନ୍ତି ।

ଏହାସହ ଲୋକଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଆମେ କେବଳ ଅଣ୍ଡାର ଧଳା ଅଂଶ (ପ୍ରୋଟିନ୍) ଖାଇବା ଉଚିତ, ଅଣ୍ଡାର ହଳଦିଆ ଅଂଶ ଯାହାକୁ ହଳଦିଆ କୁହାଯାଏ, ଏଥିରୁ ଦୂରେଇ ରହିବା ଉଚିତ କାରଣ ଏଥିରେ କୋଲେଷ୍ଟ୍ରଲ ଥାଏ।

Get real time updates directly on you device, subscribe now.