fbpx

ଆଜି ୩.୩୦ ପରେ ରାଜଧାନୀରେ ଗଡିବ ନାହିଁ ମୋ ବସ, ଭିଡକୁ ଦୃଷ୍ଟିରେ ରଖି ହୋଇପାରେ ନିଷ୍ପତ୍ତି

ଭୁବନେଶ୍ୱର : ପୂଜା ପାଇଁ ରାଜଧାନୀରେ ଭିଡ ଦେଖିବାକୁ ମିଳିଛି । ତେଣୁ ଏହି ଭିଡକୁ ଦୃଷ୍ଟିରେ ରଖି ଆଜି ଠାରୁ ସହରରେ ମୋ ବସ ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତି ନେବେ କର୍ତ୍ତୃପକ୍ଷ ।୩ ଟା ୩୦ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ରୁଟରେ ବସ ଚାଲିବ । ଏହା ପରେ ସ୍ଥିତି ଦେଖିବା ପରେ ନିଷ୍ପତି ନିଆଯିବ । ତେବେ ରାଜଧାନୀରେ ହଜାର ହଜାର ଲୋକ ମୋ ବସ ଉପରେ ନିର୍ଭର କରନ୍ତି ।

ରାଜଧାନୀରେ ପୂଜା ଚାଲିଥିବାରୁ ଅନେକ ସ୍ଥାନରେ ଗତ କାଲି ମହା ଅଷ୍ଟମୀରେ ଭିଡ ଦେଖା ଯାଇଥିଲା । ତେବେ ରସୁଲଗଡ, ବାଣୀବିହାରରୁ ଶିଶୁ ଭବନ, ଜୟଦେବ ବିହାରରୁ ପଟିଆ,ବରମୁଣ୍ଡା ଆଚାଯ୍ୟ ବିହାର ଆଦିସ୍ଥାନରେ ଭିଡ ଦେଖିବାକୁ ମିଳିଥିଲା । ଆଜି ନବମୀ ଓ ଆନ୍ତାକାଲି ଦଶମୀ ଥିବାରୁ ଭିଡ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଭିଡ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି ।

Get real time updates directly on you device, subscribe now.