fbpx

ଗାତରେ ପଡି ଛୁଆହାତୀର ମୃତ୍ୟୁ ; କେନ୍ଦୁଝର ଜିଲ୍ଲାରୁ ଆସିଲା ଏଭଳି ଏକ ଦୁଃଖଦ ଖବର

ଓଡିଶା ଭାସ୍କର; କେନ୍ଦୁଝର ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗାତରେ ପଡି ଏକ ଛୁଆ ହାତୀର ମୃତ୍ୟୁ ଘଟିଛି । କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅନ୍ତର୍ଗତ ନୟାକୋଟ ବିଟ ଭେଜିଡ଼ିହି ଗ୍ରାମରେ ସୋମବାର ସକାଳେ ଏହି ଛୁଆ ହାତୀର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ହାତୀପଲ ଜଙ୍ଗଲର ଗୋଟିଏ ପାଖ ଛାଡି ଅନ୍ୟ ଏକ ପାଖକୁ ଆସିଥିଲେ। ସେଥିମଧ୍ୟରୁ ଗୋଟେ ଦନ୍ତା ହାତୀ ଛୁଆ ଗନ୍ଧିଆଗୁଡ଼ା ଜଙ୍ଗଲରେ ମନରେଗା ଯୋଜନାରେ ଜଳ ସଂରକ୍ଷଣ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଯାଇ ଆହତ ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପରେ ବନବିଭାଗର ଅଧିକାରୀ ଆସି ହାତୀଛୁଆଟିର ଡାକ୍ତରୀ ଚିକିତ୍ସା କରିଥିଲେ । ହେଲେ ଆଜି ସକାଳୁ ଆହତ ଥିବା ଉକ୍ତ ହାତୀଛୁଆଟିର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ଏନେଇ ସୂଚନା ଦେବାକୁ ଯାଇ ଏସିଏଫ୍‌ ଅଶୋକ ଦାସ କହିଛନ୍ତି, ଗତକାଲି ସକାଳେ ହାତୀଟି ଗାତରେ ପଡ଼ିଯାଇଥିଲା। ଛୁଆହାତୀଟିକୁ ତା’ର ମା ଉଠାଇବାକୁ ଚେଷ୍ଟା କରିଥିଲା ମାତ୍ର ସେ ଉଠାଇ ପାରି ନ ଥିଲା। ଯାହା ଫଳରେ ହାତୀଛୁଆଟି ଗଭୀର ଆଘାତ ପାଇଥିଲା। ତିନିଜଣିଆ ଡାକ୍ତର ଚିକିତ୍ସା କରିବା ପରେ ଶେଷରେ ଆଜି ସକାଳେ ହାତୀଛୁଆଟିର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.