fbpx

ଖଇର ଗଛ କାଟି ୩ ଗିରଫ, ତିନି ବାଇକ୍‌ ସହ ମେସିନ୍‌ ଜବତ

ସଇଁତଳା, (ଭାସ୍କର ନ୍ୟୁଜ୍‌): ବଲାଙ୍ଗୀର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନସ୍ଥ କରମତଲକ୍ଷ ସେକସନ ଦାବଜୁରୀ ଖୁସା ସଂରକ୍ଷିତ ଡୁମେର ଯୋର ଜଙ୍ଗଲ ଠାରେ କେତେକ ଦୁର୍ବୁତ୍ତମାନେ ଖଇର ଗଛ କାଟୁଥିବା ବେଳେ ଜଙ୍ଗଲ ବିଭାଗ ହାତରେ ଧରାପଡିଛନ୍ତି । ଏ ନେଇ ଜଙ୍ଗଲ ବିଭାଗ କେସ୍‌ ନଂ ୩୬୭/୨୨ ରେ ଏକ ମାମଲା ରୁଜୁ କରି ସଇଁତଲା କୋର୍ଟକୁ ଚାଲାଣ କରିଛନ୍ତି । ଅଭିଯୁକ୍ତମାନେ ହେଲେ ଦେଓଗାଁ ଥାନା ବନ୍ଦପଡା ଭୁତିଆରବାହାଲ ଚୋରମରା ଗାଁର ସ୍ୱପ୍ନେଶ୍ୱର ଦନ୍ତା (୩୮), ରୁଗୁଡ଼ିପାଲର ଦିନବନ୍ଧୁ କ୍ଷେତି (୨୪) ଓ ବିଳାସପୁର ଗ୍ରାମର ବୈଷ୍ଣବ ମହାକୁଡ଼ (୫୨) । ଜଙ୍ଗଲ ବିଭାଗ ଉଭୟ ୩ ଜଣଙ୍କୁ ଗିରଫ କରି ବଲାଙ୍ଗୀର କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦେଇଛନ୍ତି ।

ପ୍ରକାଶ ଯେ, ଗତ ୧୬ ତାରିଖ ସକାଳ ୧୧ ଘଣ୍ଟା ସମୟରେ କାଠ ମାଫିଆମାନେ କୁଶା ସଂରକ୍ଷିତ ଜଙ୍ଗଲକୁ ୩ ଜଣ ଯୁବକ ପହଞ୍ଚି ଆଖିମୂଜା ଖଇର ଗଛ କାଟି ମଞ ବାହାର କରି ଚାଲାଣ କରିବା ପାଇଁ ଉଦ୍ୟମ କରୁଥଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଜଙ୍ଗଲ ବିଭାଗର କରମତଲା ପରେଷ୍ଟର ସୁଧୀର କୁମାର ଜେନା ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଖଇର ଗଛ କାଟୁଥିବା ଉପରୋକ୍ତ ୩ ଜଣଙ୍କୁ କାବୁ କରିବା ସହ ୩ ଗୋଟି ବାଇକ ସହ କରତ ମେସିନକୁ ବନ ବିଭାଗ ଜବତ କରିଥିଲେ । ଏହି ଚଢ଼ାଉ ସମୟରେ ଫରେଷ୍ଟର ସୁଶିଲ ପୁଟା, ଫରେଷ୍ଟ ଗାର୍ଡ ମୁରଲୀ ବେହେରା, ରମେଶ ଧରୁଆ, ସତ୍ୟନାରାୟଣ ପ୍ରଧାନ , ପାରା ଫରେଷ୍ଟ ଲମ୍ବୋଦର ପୋଡ ହେମାନନ୍ଦ ବାଗ , ଶୁକ୍ରୁ ବଗର୍ତ୍ତି , ବେଣୁଧର ପଧାନ, ସୁରେଶ ବଗର୍ତ୍ତୀ,କୁଶ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Get real time updates directly on you device, subscribe now.