fbpx

୨ ବର୍ଷ ହେବ ସ୍ୱାମୀ ନିଖୋଜ, ଫେରିବା ବାଟକୁ ଚାହିଁଛନ୍ତି ଶେଫାଳ

ଦୁଇ ଓଳି ଦୁଇ ମୁଠା ଦାନା ପାଇଁ ସଂଘର୍ଷ କରୁଛନ୍ତି ମା’- ପୁଅ

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ମାଲକାନଗିରି ସଦର ମହକୁମା ଆଶୀର୍ବାଦ କଲୋନୀରେ ରହୁଥିବା ଶେଫାଳି ମଣ୍ଡଲ ୩ବର୍ଷ ତଳେ ଅଭିନାଶ ମଣ୍ଡଲ ନାମକ ବ୍ୟକ୍ତି ସହ ପାରିବାରିକ ସହମତି ଓ ରୀତିନୀତି ଅନୁସାରେ ବାହା ହୋଇଥିଲେ । ବିବାହର ୮ ମାସ ପଯ୍ୟନ୍ତ ସବୁକିଛି ଠିକ୍‌ଠାକ ଥିଲା । ପରେ ପରେ ତାଙ୍କ ବୈବାହିକ ଜୀବନରେ ଘୋଟିଆସିଲା ଦୁଃଖର କଳା ବାଦଲ । ସ୍ୱାମୀ ଏବଂ ପରିବାର ପକ୍ଷରୁ ପ୍ରତି ଦିନ ଅପମାନ ଦେବା ସହ ନିର୍ଯ୍ୟାତନା ଦିଆଯାଉଥିଲା । ଏମିତିକି ୪ ମାସର ଗର୍ଭସ୍ଥ ଶିଶୁକୁ ନଷ୍ଟ କରିବାକୁ ବାଧ୍ୟ୍ୟ କରିଥିଲେ ପରିବାର ବର୍ଗ । ଦୀର୍ଘ ଦୁଇ ବର୍ଷ ହେଲା ସ୍ୱାମୀ ଅଭିନାଶ ସ୍ତ୍ରୀ ଏବଂ ଶିଶୁ ପୁତ୍ରକୁ ଛାଡ଼ି କେଉଁଆଡ଼େ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ଶେଫାଳି ।

ସ୍ୱାମୀର ନିଖୋଜ ବିଷୟରେ ବନ୍ଧୁ ଓ ପରିବାର ବର୍ଗଙ୍କୁ ପଚାରିବା ସହ ଚାରିଆଡେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା । ଓଲଟା ଥାନାବାଲା ତାଙ୍କୁ ନିଜେ ଖୋଜି ବାକୁ କହିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଶେଫାଳି । ଦୁଇବର୍ଷ ମଧ୍ୟରେ ବଡ଼ କଷ୍ଟରେ କଟୁଛି ଶେଫାଳିଙ୍କ ଜୀବନ । ଦୁଇ ଓଳି ଦୁଇ ମୁଠା ଦାନା ପାଇଁ ମା’ ପୁଅ କରୁଛନ୍ତି ସଂଘର୍ଷ । ବିଡ଼ି ବାନ୍ଧି ଯାହା ରୋଜଗାର କରନ୍ତି ଓ ପୋଡ଼ଶି ଲୋକଙ୍କ ସାହାଯ୍ୟରେ ଚଳି ଆସୁଛନ୍ତି ଶେଫାଳି । ଏହି ବିଷୟରେ ମାଲକାନଗିରି ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କମିଶନର ସଦସ୍ୟମାନେ ଖବର ପାଇବା ପରେ ସେଠାରେ ପହଞ୍ଚି ଶେଫାଳିଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.