fbpx

ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ପରବର୍ତ୍ତୀ ସ୍ଥଳସେନା ଉପମୁଖ୍ୟ, ପରବର୍ତ୍ତୀ ସେନା ମୁଖ୍ୟ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ସ୍ଥଳସେନା ଉପମୁଖ୍ୟ ପଦରେ ନିଯୁକ୍ତି ପାଇଛନ୍ତି ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ବର୍ତ୍ତମାନ ଏହି ପଦବୀରେ ପ୍ରଥମ ଓଡିଆ ଭାବେ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଦାୟିତ୍ୱରେ ଥିବାବେଳେ ତାଙ୍କ କାର୍ଯ୍ୟକାଳ ଆସନ୍ତା ଜାନୁଆରୀ ୩୧ତାରିଖରେ ଶେଷ ହେବ । ଏହା ପରେ ଲେପ୍ଟନାଣ୍ଟ ଜେନେରାଲ ପାଣ୍ଡେ ଏହି ଦାୟିତ୍ୱ ଗ୍ରହଣ କରିବେ । ଏ ନେଇ କେନ୍ଦ୍ର ସରକାର ଅନୁମୋଦନ ଦେଇଥିବା ସୂଚନା ମିଳିଛି ।

ଲେପ୍ଟନାଣ୍ଟ ଜେନେରାଲ ପାଣ୍ଡେ ଏବେ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଉପମୁଖ୍ୟ ଭାବେ ନିଯୁକ୍ତି ଦେବା ନେଇ ଭାରତ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ସରକାର ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ୧୯୮୨ ମସିହା ଡିସେମ୍ବରରେ କ୍ରପ୍ସ ଅଫ୍‌ ଇଞ୍ଜିନିୟର୍ସ ଭାବେ କମିଶନଡ ପାଇଥିଲେ । ଦୀର୍ଘ ୩୭ବର୍ଷ ହେବ ସେ ଭାରତୀୟ ସେନାରେ କାର୍ଯ୍ୟରତ ଥିବାବେଳେ ଅପରେସନ ‘ପରାକ୍ରମ’ ଓ ଅପରେସନ ‘ବିଜୟ’ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ୨୦୨୧ ଡିସେମ୍ବର ୮ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଏହି ପଦବୀଟି ଖାଲି ପଡିଛି । ଅନ୍ୟପଟେ ସରକାର ସ୍ଥଳସେନା ଉପମୁଖ୍ୟ ପଦରେ ଲେପ୍ଟନାଣ୍ଟ ଜେନେରାଲ ପାଣ୍ଡେଙ୍କୁ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ଏମ୍‌ ଏନ୍‌ ନରଭାଣେ ପରବର୍ତ୍ତୀ ସିଡିଏସ୍‌ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ପରବର୍ତ୍ତୀ ସେନା ମୁଖ୍ୟ କିଏ ହେବ ସେ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

Get real time updates directly on you device, subscribe now.