fbpx

ରାଜ୍ୟରେ ନକଲି ଔଷଧ ମାମଲାରେ ୩ ଗିରଫ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନକଲି ଔଷଧ କାରବାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ୩ ଜଣଙ୍କ ମଧ୍ୟରେ ଜଣେ ମେଡିସିନ କମ୍ପାନି ନିର୍ଦ୍ଦେଶକ ଅଛନ୍ତି । ତାଙ୍କର ୫୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଛି । ଏନେଇ ଏଡିଜି ଯଶୱନ୍ତ ଜେଠୱା ସୂଚନା ଦେଇଛନ୍ତି ।

ଜେଠୱା କହିଛନ୍ତି ଯେ, ‘ମେଡିଲୟଡ ମେଡିକାମେଣ୍ଟ ସଂସ୍ଥା ନାମକ ଏକ କମ୍ପାନୀ ହିମାଚଳର ଏକ ନକଲି କମ୍ପାନୀରୁ ଫାଭିପିରାଭିର ମେଡିସିନ କିଣି ବିକ୍ରି କରିବା ପାଇଁ ଯୋଜନା କରୁଥିଲା । କିନ୍ତୁ ଏହି ଔଷଧ ନକଲି ଥିବା ଜଣାପଡ଼ିଥିଲା । ମେଡିଲୟଡ କମ୍ପାନୀ ୧୦ଟି ଟାବଲେଟକୁ ୬୫ ଟଙ୍କାରେ କିଣି ୧୨୯୦ ରେ ବିକ୍ରି କରୁଥିଲା । ଏହା ଜଣା ପଡ଼ିବା ପରେ ଔଷଧ ବିତରଣ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ସମେତ ୩ ଗିରଫ ହୋଇଛନ୍ତି । ଏହି ଘଟଣାରେ ୩ ଜଣଙ୍କ ଗିରଫ କରାଯାଇଥିଲେ ବି କମ୍ପାନୀ ମୁଖ୍ୟ ଶିବ ଜେନା ଏବେ ମଧ୍ୟ ଫେରାର ଅଛନ୍ତି । ୩ ଗିରଫଙ୍କ ମଧ୍ୟରେ ଶିବ ଜେନାଙ୍କ ପତ୍ନୀ ଥିବା ସୂଚନା ମିଳିଛି ।

ତେବେ କଟକର ଏକ ଫାର୍ମରୁ ନକଲି ଫାଭିପିରାଭିର ଜବତ ହେବା ଘଟଣାରେ ସମ୍ପୃକ୍ତ ସଂସ୍ଥା ଆଉ ୯ ପ୍ରକାର ବେନାମୀ ଔଷଧ ବିତରଣ କରିଥିବା ସୂଚନା ମିଳିଥିଲା । ୯ ପ୍ରକାର ବେନାମୀ ଔଷଧ ବିତରଣ ସୁରାକ ପରେ ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଥିଲା । ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ରାଉରକେଲା, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରେଡ କରାଯିବା ପରେ ବେନାମୀ ଔଷଧର ନମୁନା ସଂଗ୍ରହ ସହ ବିକ୍ରି ହୋଇନଥିବା ଔଷଧ ମଧ୍ୟ ଜବତ ହୋଇଥିଲା।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ହିମାଚଳ ପ୍ରଦେଶ ସଂସ୍ଥା ଔଷଧ ଯୋଗାଇଥିଲା । ହିମାଚଳ ପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ଏସବୁ ଔଷଧ ଦେଇଥିଲା । କଟକ କନିକା ଛକରେ ମେଡିଲୟଡ ମେଡିକାମେଣ୍ଟ ଲି.ଗୁ ଔଷଧ ଦେଇଥିଲା । ମାକ୍ସ ସଂସ୍ଥା ୫୮ ହଜାର ଫାଭିମାକ୍ସ ବଟିକା ମେଡିଲୟଡକୁ ଦେଇଥିଲା । ମେଡିଲୟଡ ଏଥିରୁ ୪୦, ୬୦୦ ବଟିକା ଗ୍ୱାଲିୟରର ଏକ ଫାର୍ମକୁ ଦେଇଥିଲା । ଔଷଧ ଠିକ ନଥିବା ମହାରାଷ୍ଟ୍ରରୁ ସୂଚନା ପାଇବା ପରେ ପୋଲିସ ଚଢାଉ କରିଥିଲା ।

Get real time updates directly on you device, subscribe now.