fbpx
BSKY
BJD MS SKY
BJD YOUTH SKY

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ଗିରଫ କଲା NCB

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ଭାଇ ଇକବାଲ କାସକରକୁ ଆଜି ଗିରଫ କରିଛି ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅର୍ଥାତ୍ ଏନସିବି । ଡ୍ରଗ୍ସ ମାମଲାରେ ପ୍ରଡକ୍ସନ ୱାରେଣ୍ଟ ଉପରେ ଇକବାଲ କାସକରକୁ ଗିରଫ କରାଯାଇଛି । ନିକଟରେ ଏନସିବି ଡ୍ରଗ୍ସ ଜବତ କରିଥିଲା, ଯାହାକୁ ପଞ୍ଜାବର ଲୋକମାନେ କାଶ୍ମୀରରୁ ମୁମ୍ବାଇକୁ ବାଇକ୍ ଯୋଗେ ଆଣୁଥିଲେ । ଏହି ମାମଲାରେ ପ୍ରାୟ ୨୫ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିଲା ।

ଏହି ମାମଲାର ଅଧିକ ଖୋଳତାଡ କରିବା ପରେ ଅଣ୍ଡରୱାର୍ଲ୍ଡର ପତ୍ତା ପାଇଥିଲା ଏନସିବି । ଏହି କାରଣରୁ ଅଣ୍ଡରୱାର୍ଲ୍ଡ ଡନ୍ ଡାଉଡ୍ ଇବ୍ରାହିମର ଭାଇ ଇକବାଲ କାସକରକୁ ଏନସିବି ଗିରଫ କରିଛି । ଇକବାଲଙ୍କୁ କିଛି ସମୟ ମଧ୍ୟରେ ଏନସିବି କାର୍ଯ୍ୟାଳୟକୁ ଅଣାଯିବ ।

ତେବେ ମାମଲାର ତଦନ୍ତ ସମୟରେ ଆତଙ୍କବାଦ ପାଣ୍ଠି ଓ ଡ୍ରଗ୍ସ ଚାଲାଣ ପାଇଁ ଅଣ୍ଡରୱାର୍ଲ୍ଡର କନେକ୍ସନ ସହ ଜଡିତ ଅନେକ ତଥ୍ୟ ଏନସିବିକୁ ମିଳିଥିଲା । ଏହାକୁ ଭିତ୍ତିକରି ଏନସିବି ମୁମ୍ବାଇର ଅନେକ ସ୍ଥାନରେ ଚଢ଼ାଉ କରିଥିଲା ।

Get real time updates directly on you device, subscribe now.