fbpx

ବେଦୀକୁ ଯିବା ପୂର୍ବରୁ ଏପରି ଟେଷ୍ଟ ନେଲା କନ୍ୟା, ପୋଲ୍ ଖୋଲିବାରୁ ଶିଶୁପାଳ ହୋଇ ଫେରିଗଲା ବର

ଆପଣ ବାହାଘର ଭାଙ୍ଗିବାର ଅନେକ କାରଣ ଶୁଣିଥିବେ । କିନ୍ତୁ ଉତ୍ତରପ୍ରଦେଶର ଅରାୟା ଜନପଦରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ବର ହିନ୍ଦୀ ଖବରକାଗଜ ପଢ଼ିନପାରିବାରୁ ବାହାଘର ଭାଙ୍ଗିଯାଇଛି । ଏହା ସହ ବର ପକ୍ଷ ବିରୋଧରେ ଅଭିଯୋଗ ମଧ୍ୟ ହୋଇଛି । ତେବେ ଖବରକାଗଜ ପଢ଼ିନପାରିବା ଅର୍ଥ ଏହା ନୁହେଁ ଯେ ବର ଅଶିକ୍ଷିତ । ବରଂ ଦୃଷ୍ଟିଶକ୍ତିର ସମସ୍ୟା ଯୋଗୁଁ ସେ ପଢ଼ିବାକୁ ଅକ୍ଷମ ହୋଇଥିଲା, ଯାହାକି ବର ପାଇଁ ଅଭିଶାପ ହୋଇଗଲା । ବାହାଘର ଭାଙ୍ଗିବା ସହିତ ମାମଲା ବି ରୁଜୁ ହୋଇଗଲା ।

ତେବେ ଅରାୟା ଜିଲ୍ଲାର ଜମାଲିପୁର ବାସିନ୍ଦା ଅର୍ଜୁନ ସିଂ ନିଜ ଝିଅ ଅର୍ଚ୍ଚନାଙ୍କ ବାହାଘର ଶିବମ ନିବାସୀ ବଂଶୀ ପୋଲିସ ଷ୍ଟେସନ ଅଛଲଦାଠାରେ ସ୍ଥିର କରିଥିଲେ । ଉଚ୍ଚଶିକ୍ଷିତ ଯୁବକକୁ ଦେଖି ଅର୍ଜୁନ ସିଂ ପ୍ରଥମ ନଜରରେ ପୁଅ ପସନ୍ଦ କରିଥିଲେ । ଏହା ପରେ ସମସ୍ତ ପ୍ରସ୍ତୁତି ସହ ନିର୍ଦ୍ଦିଷ୍ଟ ତାରିଖରେ ବାହାଘର ଠିକ୍ ହୋଇଥିଲା । କନ୍ୟାଘର ପକ୍ଷରୁ ଯୌତୁକ ବାବଦକୁ ମୋଟରସାଇକେଲ୍ ଏବଂ ନଗଦ ଦେବା ଧାର୍ଯ୍ୟ ହୋଇଥିଲା । ଏହା ପରେ ସ୍ଥିର ତାରିଖ ତଥା ଜୁନ୍ ୨୦ ରେ ଘରକୁ ବରଯାତ୍ରୀ ଆସିଥିଲା ଓ ବାହାଘରକୁ ଆରମ୍ଭ ହୋଇଗଲା ରୀତିନୀତି ।

କିନ୍ତୁ ବିବାହ ସମୟରେ ବର ସବୁବେଳେ ଆଖିରେ ଚଷମା ପିନ୍ଧିବା କାରଣରୁ ଘରର ମହିଳାମାନେ ସନ୍ଦେହ କରିଥିଲେ । ଏହାକୁ ନେଇ ଯେତେବେଳେ ବର ସାଜିଥିବା ଶିବମଙ୍କୁ ବିନା ଚଷମାରେ ଖବରକାଗଜ ପଢ଼ିବାକୁ ଦିଆଗଲା, ସେବେ ଖୋଲିଲା ପୋଲ୍ । ବିନା ଚଷମାରେ ଶିବମ ଖବରକାଗଜ ପଢିପାରି ନଥିଲେ, କାରଣ ପୁଅକୁ ବିନା ଚଷମାରେ କିଛି ଦେଖାଯାଏ ନାହିଁ । ଝିଅର ଏପରି ଟେଷ୍ଟ ଶିବମଙ୍କୁ ମହଙ୍ଗା ପଡିଲା । ଏହା ଦେଖିବା ପରେ ଅର୍ଚ୍ଚନା ତୁରନ୍ତ ବାହାଘର ପାଇଁ ମନା କରିଥିଲେ । ଅର୍ଚ୍ଚନାଙ୍କ ନିଷ୍ପତ୍ତିକୁ ଘରଲୋକେ ଗ୍ରହଣ କରିବା ସହ ବାହାଘର ଭାଙ୍ଗିଦେଇଥିଲେ ଓ ବର ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ଏହା ପରେ ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବାହାଘର ଭାଙ୍ଗିବା ପରେ କନ୍ୟାଘର ଲୋକେ ଯୌତୁକ ବାବଦରେ ଦେଇଥିବା ନଗଦ ଟଙ୍କା, ଗାଡି ଫେରାଇବା କହିଥିଲେ ଓ ବାହାଘରରେ ଖର୍ଚ୍ଚ ହୋଇଥିବା ଟଙ୍କା କ୍ଷତିପୂରଣ ପାଇଁ ଦାବି କରିଥିଲେ । ପୁଅଘର ଲୋକେ ଏଥିପାଇଁ ମନାକରିବାକୁ ଝିଅ ପକ୍ଷ ଦ୍ୱାରା ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.