fbpx
BSKY
BJD SHG SKY
BJD YOUTH SKY

M S DHONIଙ୍କ ହାତ ଛାଡିଲେ ୩ ପ୍ରିୟ ସାଙ୍ଗ: ୯ ଦିନ ଭିତରେ ସମସ୍ତେ କ୍ରିକେଟରୁ ନେଲେ ଅବସର

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ଭାରତର ପୂର୍ବତନ ଅଧିନାୟକ ଧୋନୀଙ୍କ ପାଇଁ ଖରାପ ପ୍ରମାଣିତ ହୋଇଛି । ଆରମ୍ଭରୁ ହିଁ ଧୋନୀଙ୍କର ଜଣକ ପରେ ଜଣେ ବନ୍ଧୁ ତାଙ୍କ ହାତ ଛାଡିଛନ୍ତି । ଜଣେ ନୁହେଁ କି ଦୁଇ ଜଣ ନୁହେଁ, ମାତ୍ର ୯ ଦିନ ଭିତରେ ଏକା ସାଙ୍ଗରେ ୩ ଜଣ ଖାସ ବନ୍ଧୁ ତାଙ୍କଠୁ ଦୂରେଇ ଯାଇଛନ୍ତି । ଯାହା ଫଳରେ ଧୋନୀ ଏବେ ଏକା ଏକା ଅନୁଭବ କରୁଛନ୍ତି । ଜଣ ଜଣ କରି ୩ ଜଣ ବନ୍ଧୁ କ୍ରିକେଟରୁ ବିଦାୟ ନେଇଛନ୍ତି ।

MS Dhoni is India's greatest ever captain: Suresh Raina - OrissaPOST

ମାସର ପ୍ରଥମରୁ କ୍ରିକେଟକୁ ଅଲବିଦା କହିଥିଲେ ମିଷ୍ଟର ଆଇପିଏଲ ସୁରେଶ ରାଇନା । ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅଢେଇ ବର୍ଷ ତଳେ ବିଦାୟ ନେଇଥିବା ରାଇନା ଏଥର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଘରୋଇ କ୍ରିକେଟ ସହିତ ଆଇପିଏଲରୁ ମଧ୍ୟ ସେ ବିଦାୟ ନେଇଛନ୍ତି । ଧୋନୀଙ୍କର ସବୁ ସାଙ୍ଗମାନଙ୍କ ମଧ୍ୟରୁ ରାଇନା ଖୁବ ପ୍ରିୟ ଏବଂ କ୍ଲୋଜ ଥିଲେ । ତାଙ୍କ ଅବସର ଧୋନୀଙ୍କ ପାଇଁ ଏକ ଝଟକା ଭଳି ଥିଲା ।

महेंद्र सिंह धोनी के ये स्टार प्लेयर... 9 दिन में तीनों ने लिया संन्यास, एक  तो जिगरी दोस्त भी - Cricket AajTak

ରାଇନାଙ୍କ ପରେ ମଧ୍ୟ ପ୍ରଦେଶର ଦ୍ରୁତ ବୋଲର ଇଶ୍ୱର ପାଣ୍ଡେ ମଧ୍ୟ କ୍ରିକେଟରୁ ଅବସର ନେଇଛନ୍ତି । ଭାରତୀୟ ଦଳରେ ସ୍ତାନ ନ ମିଳିବା ସହିତ ଦୀର୍ଘ ଦିନ ପର୍ଯ୍ୟନ୍ତ ଅନ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ପରେ ସେ ୧୨ ତାରିଖରେ ନିଜ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ଧୋନୀଙ୍କୁ ନେଇ ତାଙ୍କ ମନରେ ଟିକିଏ ରୋଷ ଥିଲେ ବି ଧୋନୀଙ୍କର ସେ ଜଣେ ଭଲ ବନ୍ଧୁ ଥିଲେ ।

MS Dhoni Robin Uthappa: 'माही भाई या माही सर, क्या कहें?', धोनी ने रॉबिन  उथप्पा का कन्फ्यूजन किया दूर - Robin Uthappa on MS Dhoni in CSK Team  players call Mahi Bhai

ଶେଷରେ ଗତକାଲି ମାହିଙ୍କର ଆଉ ଜଣେ ବନ୍ଧୁ ରବିନ ଉତ୍ଥାପା ମଧ୍ୟ କ୍ରିକେଟକୁ ବାଏ ବାଏ କହିଛନ୍ତି । ଭାରତୀୟ ଦଳରେ ସଂଘର୍ଷ କରି ନିଜ ସ୍ତାନ ପକ୍କା କରି ନ ପାରିବାରୁ ଗତକାଲି ସେ କ୍ରିକେଟ ଜଗତରୁ ନିଜକୁ ଦୂରେଇ ନେଇଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ସେ ଅବସର ଘୋଷଣା କରିଛନ୍ତି । ୨୦୦୭ ଟି-୨୦ ବିଶ୍ୱକପରେ ମଧ୍ୟ ଧୋନୀଙ୍କ ସହ ଦଳରେ ସାମିଲ ଥିଲେ ରବିନ ଉତ୍ଥାପା ।

ତେବେ ଏହି ତିନି ଜଣ ଖେଳାଳି ଧୋନୀଙ୍କ ଟିମ ଚେନ୍ନାଇ ସୁପର କିଙ୍ଗସ ପାଇଁ ଜଣେ ଜଣେ ପ୍ରମୁଖ ଅଙ୍ଗ ଭାବେ ରହିଥିଲେ । ଦଳକୁ ୪ ଥର ଟ୍ରଫି ଜିତାଇବାରେ ଏମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ବିଶେଷ କରି ସୁରେଶ ରାଇନା ଏବଂ ଧୋନୀଙ୍କ ବନ୍ଧୁତା କ୍ରିକେଟ ଜଗତର ଏକ ଉଦାହରଣ ବୋଲି କୁହାଯାଏ ।

Get real time updates directly on you device, subscribe now.