fbpx
BSKY
BJD SHG SKY
BJD YOUTH SKY

ଗାଡ଼ି ଚଲାଉଥିବା ଲକ୍ଷାଧିକ ଲୋକଙ୍କୁ ମିଳିବ ଫାଇଦା: ନିତିନ ଗଡ଼କରୀ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏକ ବଡ଼ ବୟାନ ଦେଇଛନ୍ତି । ତାଙ୍କ ବୟାନ ପରେ ଯଦି ସେହି କାମଟି ହୋଇଯାଏ, ତେବେ ଗାଡ଼ି ଚଳାଉଥିବା ଲକ୍ଷାଧିକ ଲୋକ ଉପକୃତ ହେବେ । ତେବେ ଗଡ଼କରୀ ତାଙ୍କ ବୟାନରେ କହିଛନ୍ତି ଯେ, ଭାରତରେ ଅଧିକାଂଶ ଯାନ ନିର୍ମାତାମାନେ ୬ ଏୟାରବ୍ୟାଗ୍ ଥିବା କାର ରପ୍ତାନି କରିସାରିଛନ୍ତି ଓ ସେମାନଙ୍କୁ ଭାରତରେ ବି କାର ପାଇଁ ଏପରି ସୁରକ୍ଷା ମାନଦଣ୍ଡ ଗ୍ରହଣ କରିବା ଆବଶ୍ୟକ ।

ଗଡକରୀ କହିଛନ୍ତି ଯେ, ଅଟୋ କମ୍ପାନୀଗୁଡିକ ଛୋଟ ଶସ୍ତା କାର ବ୍ୟବହାର କରୁଥିବା ଲୋକଙ୍କ ସୁରକ୍ଷା ବିଷୟରେ ଚିନ୍ତା କରିବା ଉଚିତ୍ । ଗଡକରୀ କହିଛନ୍ତି ଯେ, ପ୍ରତିବର୍ଷ ପ୍ରାୟ ପାଞ୍ଚ ଲକ୍ଷ ସଡ଼କ ଦୁର୍ଘଟଣାରେ ୧.୫ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି ଏବଂ ତିନି ଲକ୍ଷରୁ ଅଧିକ ଲୋକ ଆହତ ହୋଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଭାରତର ଅଧିକାଂଶ ଅଟୋ କମ୍ପାନୀ ୬ଟି ଏୟାରବ୍ୟାଗ ଥିବା କାର ରପ୍ତାନି କରୁଛନ୍ତି । କିନ୍ତୁ ଭାରତରେ ଆର୍ଥିକ ମୂଲ୍ୟ ହେତୁ ସେମାନେ ଦ୍ୱିଧା କରୁଛନ୍ତି । ଗଡକରୀ ପ୍ରଶ୍ନ କରିଛନ୍ତି ଯେ, ଅଟୋ କମ୍ପାନୀଗୁଡିକ ଭାରତରେ ଶସ୍ତା କାର ବ୍ୟବହାର କରୁଥିବା ଲୋକଙ୍କ ଜୀବନ ବିଷୟରେ କାହିଁକି ଚିନ୍ତା କରୁନାହାଁନ୍ତି?

Get real time updates directly on you device, subscribe now.