fbpx
BSKY SKY
BSKY SKY

ମନ୍ଦିର ଦର୍ଶନ ପାଇଁ ଆସି ମୃତ୍ୟୁ ମୁଖରେ ପଡିଲେ ୩ ବାଳକ, ଘରେ ଶୋକର ଛାୟା

BSKY

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଗ୍ୱାଲିୟର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । କରହିଆ ଗାଁରେ ଶୁକ୍ରବାର ଦିନ ୩ ଜଣ ପିଲା ପୋଖରୀରେ ବୁଡିଯାଇଛନ୍ତି । ଯାହା ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି । ତେବେ ଏହି ୩ ଜଣ ବାଳକ ସମ୍ପର୍କୀୟ ଭାଇ । ଏହି ୩ ଜଣ ଭାଇ ମହାଦେବଙ୍କ ଦର୍ଶନ ପାଇଁ ଯାଇଥିଲେ । କୁହାଯାଉଛି ଏହି ବାଳକମାନେ ପାଣି ପିଇବାକୁ କିମ୍ବା ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ । ତେବେ ପୋଖରୀରେ ୩୦ ଫୁଟର ପାଣି ଭରିଥିଲା । ପୋଖରୀ ଅଧିକ ଗଭୀର ଥିବାରୁ ଏମାନେ ପାଣିରେ ବୁଡିଯାଇଥିଲେ । ଯେତେବେଳେ ଏହି ବାଳକମାନେ ଘରେ ପହଞ୍ଚିଲେ ନାହିଁ ସେତେବେଳେ ପରିବାର ଲୋକ ସେମାନଙ୍କୁ ଖୋଜିବା ପାଇଁ ମନ୍ଦିର ଯାଇଥିଲେ ।

ଏହା ପରେ ବାଳକମାନଙ୍କ ବସ୍ତ୍ର ପୋଖରୀ କୂଳରେ ମିଳିଥିଲା । ଏହା ପରେ ଗାଁ ଲୋକମାନେ ପୋଖରୀରେ ଖୋଜା ଖୋଜି କରିବା ପରେ ଏହି ୩ ଜଣ ବାଳକଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା । ସୂଚନା ଅନୁସାରେ ପିଲାମାନେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଗୋଟିଏ ବାଳକ ବୁଡିଥିଲା ଏହା ପରେ ବାକି ୨ ଜଣ ତାକୁ ବଞ୍ଚାଇବା ପାଇଁ ଯାଇ ସେମାନେ ମଧ୍ୟ ବୁଡି ଯାଇଥିଲେ । ମୃତ ବାଳକମାନେ ହେଉଛନ୍ତି ୮ ବର୍ଷର ଆଦିତ୍ୟ ବଘେଲ, ୯ ବର୍ଷର ନୈତିକ ବାଘେଲ ଏବଂ ୭ ବର୍ଷର ମୟଙ୍କ ବାଘେଲ । ପୋଲିସ କହିବା ଅନୁସାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଯାରି ରହିଛି । ତେବେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହେବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.