fbpx

ପୂର୍ବତନ ମେୟରଙ୍କ କାର୍ ଉପରେ ବୋମାମାଡ଼: ଅଳ୍ପକେ ବର୍ତ୍ତିଗଲେ ଶିବଶଙ୍କର

ବ୍ରହ୍ମପୁର: ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡ଼ି ଉପରକୁ ହୋଇଛି ବୋମାମାଡ଼ । ହଠାତ୍ ୨ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଥିବା ଜାଣିବାକୁ ମିଳିଛି । ଗୋଷାଣି ନୂଆଗାଁ ବଡ଼ସାହି ମଠ ମନ୍ଦିର ନିକଟରେ ୨ ଜଣ ଦୁର୍ବୃତ୍ତ ଶିବଶଙ୍କରଙ୍କ କାର୍ ଉପରକୁ ବୋମାମାଡ଼ କରିଥିଲେ । ତେବେ ଏହି ଆକ୍ରମଣରେ ପୂର୍ବତନ ମେୟରଙ୍କ ଗାଡ଼ି କାଚ ଭାଙ୍ଗିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବଶଙ୍କର । ତେବେ ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗୋଷାଣି ନୂଆଗାଁ ଦେଇ ଯାଉଥିବା ସମୟରେ ତାଙ୍କ ଉପରକୁ ଅଚାନକ ବୋମାମାଡ଼ ହୋଇଥିଲା । ତେବେ ପୂର୍ବତନ ମେୟର ବର୍ତ୍ତମାନ ସୁସ୍ଥ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.