fbpx

ବିବାଦ ଘେରରେ କୋଟା : ଦିନ କୁ ଦିନ ବୃଦ୍ଧି ପାଉଛି ଆତ୍ମହତ୍ୟା ସଂଖ୍ୟା, ଛାତ୍ରଛାତ୍ରୀ ପାଇଁ କୋଟା ସୁରକ୍ଷିତ କି ?

AAKASH

କୋଟା: କୋଟା ରାଜସ୍ଥାନର ଏକ ସହର ଯାହା କେବଳ ଏହାର ପ୍ରାଚୀନ ସ୍ଥାପତ୍ୟ ସ୍ଥାନ ଏବଂ ଚମତ୍କାର ଉଦ୍ୟାନ ପାଇଁ ପ୍ରସିଦ୍ଧ ନୁହେଁ ବରଂ ଆଇଆଇଟି ଏବଂ ମେଡିକାଲ୍ କଲେଜରେ ଦାଖିଲା ଭରିବା ପାଇଁ ଉଚ୍ଚତ୍ତମ କୋଚିଂ କ୍ଲାସ୍ ପ୍ରଦାନ କରୁଥିବା କେନ୍ଦ୍ର ଭାବରେ ଖୁବ ପ୍ରସିଦ୍ଧ। ପ୍ରତିବର୍ଷ ଭାରତର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପାଇଁ କୋଟା ଆସିଥାନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ କୋଟା ଏକ ସ୍ୱପ୍ନର ସହର, ଯେଉଁମାନେ ଏକ ପ୍ରତିଷ୍ଠିତ ଆଇଆଇଟି, ଏନଆଇଟି ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ କଲେଜରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି ତାଙ୍କ ପାଇଁ ଏହା ସ୍ୱର୍ଗ ।

ତେବେ କରୋନାଭାଇରସ୍ ମହାମାରୀ ପରେ ବହୁତ କୋଚିଂ କ୍ଲାସ୍ ଅନଲାଇନରେ ଶିକ୍ଷା ବାଣ୍ଟିବା ଆରମ୍ଭ କରିଲେ । ବନସଲ୍ କ୍ଲାସ୍, ଆଲେନ୍ କ୍ୟାରିଅର୍, ନ୍ୟୁକ୍ଲିୟସ୍ ଏଜୁକେସନ୍, ଆସ୍କିଟିସିଆନ୍, ରେଜୋନାନ୍ସ ଏବଂ ଆକାଶ ଇନଷ୍ଟିଚ୍ୟୁଟ୍ ଭଳି କେତେକ ଲୋକପ୍ରିୟ ଆଇଆଇଟି କୋଚିଂ ପ୍ରତିଷ୍ଠାନ ସହିତ ଛାତ୍ରଛାତ୍ରୀମାନଙ୍କୁ ଯୋଗାଉଥିବା ଏକ ସହର କରୋନାଭାଇରସ୍ ମହାମାରୀ ଯୋଗୁଁ ବ୍ୟାପକ ପ୍ରଭାବିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ସ୍ତିତିରେ ଖୁବ ସୁଧାର ଆସିଲାଣି କାରଣ ଏହି ସହର ଛାତ୍ରଛାତ୍ରୀମାନଙ୍କ ଉପରେ ନିର୍ଭରଶୀଳ । ଏହା କେବଳ କୋଚିଂ ପ୍ରତିଷ୍ଠାନ ପାଇଁ ନୁହେଁ, ଯେଉଁମାନେ ପିଜି ଏବଂ ହଷ୍ଟେଲ ସୁବିଧା ବ୍ୟବସାୟରେ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ଉପରେ ନିର୍ଭରଶୀଳ । ଛାତ୍ର ଛାତ୍ରୀ ମାନେ ଆସିବେ ତ ହଷ୍ଟେଲ ରହଣି ମଧ୍ୟ ବଢିବ ।

ଯଦିଓ କୋଚିଂ ପ୍ରତିଷ୍ଠାନଗୁଡ଼ିକ ବର୍ତ୍ତମାନ ଡିଜିଟାଲ୍ ମୋଡକୁ ମୁହାଁଇଛନ୍ତି , ପରିସ୍ଥିତି ଟିକିଏ ବିଗିଡି ଯାଉଥିବା ଜଣାପଡିଛି। ଅନେକ କୋଚିଂ ପ୍ରତିଷ୍ଠାନର ଶିକ୍ଷକମାନେ ପ୍ରକାଶ କରିଛନ୍ତି ଯେ ଅନ୍ଲାଇନ୍ ମୋଡ୍ ଶ୍ରେଣୀଗୃହ ଶିକ୍ଷାକୁ ବଦଳାଇ ପାରିବ ନାହିଁ । ତେଣୁ ପିଲା ମାନେ ବହୁ ଦୂରରୁ ଏଠାକୁ ଆସନ୍ତି। ଏହି ମହାମାରୀ ହେତୁ କୋଚିଂ ପ୍ରତିଷ୍ଠାନ ଏବଂ ବିଦ୍ୟାଳୟଗୁଡ଼ିକ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ। ଯଦିଓ ଆମେ ଅନଲାଇନ୍ କ୍ଲାସ୍କୁ ଯାଇଛୁ ତାହା ସମାନ ନୁହେଁ ବୋଲି ଏଠାକାର ଶିକ୍ଷକ ମାନେ ପ୍ରକାଶ କରନ୍ତି । ଛାତ୍ରଛାତ୍ରୀମାନେ ୮ ଘଣ୍ଟାରୁ ଅଧିକ ସମୟ ବସିପାରିବେ ନାହିଁ। ଅନ୍ଲାଇନ୍ ମୋଡ଼ ଏହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ନୁହେଁ ।

ପ୍ରତିଯୋଗିତାମୂଳକ ପରୀକ୍ଷା କଠିନ ଏବଂ ଛାତ୍ରଛାତ୍ରୀ ମାନେ ବ୍ୟକ୍ତିଗତ ମାର୍ଗଦର୍ଶନ ଆବଶ୍ୟକ କରନ୍ତି କିନ୍ତୁ ସାମ୍ପ୍ରତିକ ଦୃଶ୍ୟକୁ ଦେଖି ଆମେ କିଛି କରିପାରିବୁ ନାହିଁ। ଅନଲାଇନ୍ ମୋଡ୍ ବର୍ତ୍ତମାନ ବହୁ ସ୍ଥାନରେ ହ୍ରାସ କରା ଯାଇଛି । କାରଣ ଜଣେ ଛାତ୍ର ଶ୍ରେଣୀ ଗୃହରୁ ଯେଉଁ ଶିକ୍ଷା ଅର୍ଜନ କରେ ତାହା ସେ ଫୋନ ରୁ ପାଇ ପାରେ ନାହିଁ । ଆଲୋଚନା ଦ୍ୱାରା ସବୁ କିଛି ସରଳ ହେଇଥାଏ ।

କିନ୍ତୁ ଏବେ କୋଟାକୁ ନେଇ ବିବାଦ ବଢ଼ିବାରେ ଲାଗୁଛି।  ପଡ଼ୋଶୀ କିମ୍ବା ବନ୍ଧୁମାନଙ୍କର ପିଲାମାନଙ୍କୁସଫଳ ଦେଖି କିଛି ପିତାମାତା ନିଜ ପିଲାଙ୍କ ପାଇଁ ସମାନ ସ୍ୱପ୍ନ ଦେଖିବା ପାଇଁ ତାଙ୍କ ଉପରେ ଚାପ ପକାନ୍ତି। ଆଇଆଇଟି କିମ୍ବା ଟପ୍ ମେଡିକାଲ୍ କଲେଜରେ ପ୍ରବେଶ କରିବା ସେହି ସ୍ୱପ୍ନକୁ ସାକାର କରିବା ଦିଗରେ ସେମାନେ ପିଲାମାନଙ୍କୁ କୋଟା ପଠାନ୍ତି । ଆଉ ପିଲା ବାଧ୍ୟ ହୋଇ ଏହି କାର୍ଯ୍ୟ କରିଥାଏ ।ପିତାମାତାଙ୍କ ଚାପ, ବନ୍ଧୁ / ସାଥୀ ଚାପ, ପରୀକ୍ଷା ଚାପ, ଫଳାଫଳ ଚାପ, ଛୁଟିଦିନରେ ମଧ୍ୟ ଅତିରିକ୍ତ କ୍ଲାସ ,କୋଟା କେବଳ କୋଚିଂ କାରଖାନା ନୁହେଁ ବରଂ JEE ଏବଂ NEET ଆଶାକର୍ମୀମାନଙ୍କ ପାଇଁ ଏହା ଏକ ପ୍ରେସର କୁକର ପରିସ୍ଥିତି ସୃଷ୍ଟି କରିଥାଏ । କିଛି ଛାତ୍ରଛାତ୍ରୀ ଏହି ଚାପକୁ ସମ୍ଭାଳିବାରେ ସକ୍ଷମ ନୁହଁନ୍ତି, ଅବସାଦରେ ପଡ଼ନ୍ତି, ଯାହା ଫଳରେ ଆତ୍ମହତ୍ୟା ଭଳି ଘଟଣା ସାମ୍ନା କୁ ଆସିଥାଏ ।

 ରାଜସ୍ଥାନର କୋଚିଂ ହବ୍ କୋଟାରେ ପୁଣି ଥରେ  ତିନି ଜଣ ଛାତ୍ର ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି ବୋଲି ସ୍ଥାନୀୟ ପୋଲିସ ସୋମବାର ନିଶ୍ଚିତ କରିଛି। ତେବେ ଏହା ପଛରେ କାରଣ ହେଉଛି ମାନସିକ ଚାପ। ଏଠାରେ ଯେଉଁ ଛାତ୍ରଛାତ୍ରୀ ମାନେ ଭର୍ତ୍ତି ହୁଅନ୍ତି ସେମାନଙ୍କୁ ୧୮ ଘଣ୍ଟା ପରିଶ୍ରମ କରିବାକୁ ପଡେ। ଏହି ତିନିଜଣ କୋଟାସ୍ଥିତ ଆଲେନ୍ କ୍ୟାରିଅର୍ ଇନଷ୍ଟିଚ୍ୟୁଟରେ ନାମ ଲେଖାଇଥିଲେ। ସୂଚନାମୁତାବକ ଆନନ୍ଦ ଏବଂ ଭର୍ମା ଜାତୀୟ ଯୋଗ୍ୟତା ଏବଂ ପ୍ରବେଶ ପରୀକ୍ଷା (NEET) ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ କୁମାର ଇଞ୍ଜିନିୟରିଂ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା (JEE) ପାଇଁ ଅଧ୍ୟୟନ କରୁଥିଲେ ।

ଖବର ଅନୁଯାୟୀ, କୋଭିଡ ମହାମାରୀ ପରେ କୋଟାରେ ଛାତ୍ରଛାତ୍ରୀ ଙ୍କ ଆତ୍ମହତ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ମେ ମାସରେ ୪ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। ତେବେ ଗୋଟେ ସମୟରେ କୋଟା କୁ ଶିକ୍ଷା ହବ ବୋଲି କୁହା ଯାଉଥିବା ବେଳେ ଏବେ ସେଠାରେ ବିଦ୍ୟାର୍ଥୀ ମାନଙ୍କ ଆତ୍ମ ହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଲାଣି। ତେଣୁ କାହିଁକି ଆଉ କିପରି ଏହାକୁ ରୋକା ଯାଇ ପାରିବ ତାହା ଦିଗରେ କୋଟା ପ୍ରଶାସନ କାର୍ଯ୍ୟ କରୁଛି ।

Get real time updates directly on you device, subscribe now.