fbpx
BJD SKY
BJD SKY

ସାବଧାନ! ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି କି? କିଛି ମିନିଟରେ କରିହେବ ନକଲି ଫଟୋ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ଅତି ସାଧାରଣ କଥା । ସେହିପରି ବର୍ତ୍ତମାନର ଯୁବପିଢି ସୋସିଆଲ ମିଡିଆରେ ଲାଇକ ପାଇଁ ଫୋଟ ପୋଷ୍ଟ କରୁଥିବା ଦେଖିବାକୁ ମିଳେ । ଯଦି ଆପଣ ମଧ୍ୟ ସେହି କୋଟି କୋଟି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ପୋଷ୍ଟ କରୁଛନ୍ତି, ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଏଭଳି ଏକ ଖବର ବିଷୟରେ ଆପଣ ଜାଣିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏହି ଖବର ଜାଣିବା ପରେ, ଆପଣ ହୁଏତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଆପଣଙ୍କର ଫଟୋ ଡିଲିଟ୍ କରିବାକୁ ଚିନ୍ତା କରିବା ଆରମ୍ଭ କରିବେ । କାରଣ ଆଜିର ସମୟରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏତେ ଅଧିକ ହୋଇଯାଇଛି ଯେ କେହି କେହି ଆପଣଙ୍କ ଫଟୋକୁ କିଛି ମିନିଟ୍ ମଧ୍ୟରେ ଡିପ୍ ଫେକ୍ ବା ନକଲି ଫଟୋ ତିଆରି କରିପାରିବେ ।

ଡିପ୍ ଫେକ୍ ଶବ୍ଦର ଅର୍ଥ ହେଉଛି ଏପରି ଫଟୋ କିମ୍ବା ଭିଡିଓ ଯେଉଁଥିରେ ଆପଣଙ୍କର ଚେହେରା ଏବଂ ଶରୀର ଦେଖାଯିବ, କିନ୍ତୁ ବାସ୍ତବରେ ଏହା ଆପଣ ହୋଇନଥିବେ । ଡିପ୍ ଫେକ୍ ଦ୍ୱାରା କେହି କେହି ଆପଣଙ୍କ ଫଟୋକୁ ଏଡିଟ୍ କରି ଆପଣଙ୍କୁ କୌଣସି କ୍ଲବ୍, ଚଳଚ୍ଚିତ୍ର ଥିଏଟର କିମ୍ବା ଖେଳ ପଡ଼ିଆରେ କିମ୍ବା ଦୂର ଦେଶର ଯେକୌଣସି ସ୍ଥାନରେ ଦେଖାଇ ପାରିବେ । ଏହି ଡିପ୍ ଫେକ୍ ମାଧ୍ୟମରେ, ଆପଣଙ୍କୁ ଶିଶୁ, ବୃଦ୍ଧ କିମ୍ବା ଅନ୍ୟ କୌଣସିି ଲିଙ୍ଗର ଫର୍ମ କିମ୍ବା ପୋଷାକରେ ଦେଖାଯାଇପାରିବ । ଏଗୁଡ଼ିକ ଏପରି ଫଟୋ ହୋଇଥାଏ ଯାହାକୁ କେହି ଏଡିଟ୍ ବୋଲି କହିପାରିବେ ନାହିଁ ।

Get real time updates directly on you device, subscribe now.