fbpx

ଓଡ଼ିଶାରେ ୩କୋଟି ୩୨ ଲକ୍ଷ ମୋବାଇଲ୍ ଗ୍ରାହକ, କେଉଁ କମ୍ପାନୀର କେତେ ଗ୍ରାହକ ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

Advertisement

ଭୁବନେଶ୍ୱର: ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩କୋଟିରୁ ୩୨ଲକ୍ଷରୁ ଅଧିକ ହୋଇଥିବା କଥା ଖବର ମିଳିଛି । ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟ ଅନୁଯାୟୀ, ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩କୋଟି ୩୨ ଲକ୍ଷ ୮୭ ହଜାର ୨୯୦ରେ ପହଁଚିଛି । ଡ଼ିସେମ୍ବରରେ ୫୪,୪୮୯ ମୋବାଇଲ ଗ୍ରାହକ ବଢିଛନ୍ତି । ରିଲାନ୍ସ ଜିଓ ପାଖରେ ସର୍ବାଧିକ ୧କୋଟି ୩୯ ଲକ୍ଷ ୩୯ହଜାର ୨୯୮ ମୋବାଇଲ ଗ୍ରାହକ ଥିବା ବେଳେ ଏୟାରଟରଲ୍ ପାଖରେ ଦ୍ୱିତୀୟ ସର୍ବାଧିକ ୧କୋଟି ୧୩ ଲକ୍ଷ ୮୧ ହଜାର ୮୨ ଜଣ ଗ୍ରାହକ ରହିଛନ୍ତି ।

ରାଜ୍ୟରେ ବିଏସଏନଏଲର ମୋବାଇଲ ଗ୍ରାହକ ସଂଖ୍ୟା ୬୩ ଲକ୍ଷ ୧୮ ହଜାର ୯୯୮ ରହିଥିବା ବେଳେ ଭୋଡ଼ାଫୋନ ଆଇଡ଼ିଆ ପାଖରେ ୧୬ ଲକ୍ଷ ୪୭ ହଜାର ୮୮୩ ଜଣ ଗ୍ରାହକ ରହିଛନ୍ତି । ୨୦୨୨ ନଭେମ୍ବର ତୁଳନାରେ ଡ଼ିସେମ୍ବରରେ ଜିଓ ୭୪,୫୮୧ ନୂଆ ଗ୍ରାହକ ଯୋଡ଼ିଛି । ଗତ ଡ଼ିସେମ୍ବରରେ ଏୟାରଟେଲ ୯୬୧୮ ଜଣ ଗ୍ରାହକଙ୍କୁ ହରାଇଥିବା ବେଳେ ଭୋଡ଼ାଫୋନ ଆଇଡ଼ିଆ ୫,୭୩୪ ଜଣ ଏବଂ ବିଏସଏନଏଲ ୪,୭୩୯ ଜଣ ଗ୍ରାହକଙ୍କୁ ହରାଇଛି । ଜିଓକୁ ବାଦ ଦେଳେ ଅନ୍ୟ ତିନି ଟେଲିକମ କଂପାନି ରାଜ୍ୟରେ ନିଜର ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି ।

ଟ୍ରାଇ ରିପୋର୍ଟ ଅନୁଯାୟୀ, ୨୦୨୨ ନଭେମ୍ବର ତୁଳନାରେ ଡ଼ିସେମ୍ବରରେ ମୋବାଇଲ ଗ୍ରାହକ ସଂଖୟାରେ ୦.୧୬ ପ୍ରତିଶତ ବୃଦ୍ଧି ହୋଇଛି । ଗ୍ରାହକ ସଂଖ୍ୟାରେ ହୋଇଥିବାରୁ ଟେଲି ସାନ୍ଧ୍ରତା ୭୬.୪୬ ପ୍ରତିଶତ ହୋଇଛି । ଏହାର ଅର୍ଥ ହେଉଛି ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୭୬ ଜଣଙ୍କ ପାଖରେ ମୋବାଇଲ ସଂଯୋଗ ରହିଛି । ଏହା ସତ୍ତେ୍ୱ ଟେଲି ସାନ୍ଧ୍ରତାରେ ଜାତୀୟ ହାର ୮୪.୫୬ ପ୍ରତିଶତରୁ ଓଡ଼ିଶାରେ ପଛରେ ରହିଛି ।

ମହାରାଷ୍ଟ୍ରା କର୍ଣ୍ଣାଟକ, ତାମିଲନାଡୁ, ପଞ୍ଜାବ, କେରଳ, ହିମାଚଳପ୍ରଦେଶ ଓ ଦିଲ୍ଲୀରେ ଜନସଂଖ୍ୟାଠାରୁ ମୋବାଇଲ ସଂଯୋଗ ସଂଖ୍ୟା ଅଧିକ ରହିଛି । ଏକ୍ଷେତ୍ରରେ କେବଳ ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଆସାମଠାରୁ ଓଡ଼ିଶାର ସ୍ଥିତି ଭଲ ଅଛି । ଓଡ଼ିଆ ଠାରୁ ଉତ୍ତରପ୍ରର୍ବାଞ୍ଚଳ ରାଜ୍ୟ, ପଶ୍ଚିମବଙ୍ଗ, ରାଜସ୍ଥାନ, ଜାମ୍ମୁ କାଶ୍ମୀର, ହରିଆଣା, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ଅହୁରି ଭଲ ସ୍ଥିତିରେ ରହିଛନ୍ତି ।

Get real time updates directly on you device, subscribe now.