fbpx

କୂଅ ଭିତରୁ ୩ ମୃତଦେହ ଉଦ୍ଧାର

କୋରାପୁଟ, ୨୧ା୮(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲା ସ୍ଥିତ କୋଟପାଡ଼ ୮ନଂ ୱାର୍ଡ଼ରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଏକ କୂଅରୁ ଦୁଇ ପିଲାଙ୍କ ସହ ମାଆର ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ପିଲାଙ୍କ ମଧ୍ୟରେ ଜଣେ ୩ବର୍ଷର କନ୍ୟା ଶିଶୁ ଓ ଦୁଇ ବର୍ଷର ପୁଅ ରହିଛି । ବର୍ତ୍ତମାନ ସେଠାରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କିନ୍ତୁ ସେମାନଙ୍କର ମୃତ୍ୟୁ ଓ କୂଅରେ କିପରି ପଡ଼ିଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଏହି ଘଟଣାରେ ମହିଳାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖାଯାଇଛି ।

Get real time updates directly on you device, subscribe now.