fbpx

ଦନ୍ତାହାତୀ ଆକ୍ରମଣ, ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ପିପିଲି, ୨୩ା୨(ଓଡ଼ିଶା ଭାସ୍କର): ଆଜି ଦନ୍ତାହାତୀ ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ସହ ୫ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପ୍ରତି ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା ହୋଇଥିବା ସୂଚନା ରହିଛି । ଏହି କ୍ଷତିପୂରଣ ରାଶି ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ଏହାସହ ଗୁରୁତରମାନଙ୍କୁ ମାଗଣାରେ ସରକାରୀ ଚିକିତ୍ସା ଦେବାକୁ ମଧ୍ୟ ଘୋଷଣା ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଆଜି ସକାଳେ ଦନ୍ତାହାତୀ ଆକ୍ରମଣରେ ପୁରୀ ସ୍ଥିତ ନିମାପଡ଼ା ବ୍ଲକର ଗୋପୀନାଥପୁରର ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସେହିପରି ପିପିଲିର ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗୋପ ବନଖଣ୍ଡ ଅଧିକାରୀ ଦନ୍ତାହାତୀକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Get real time updates directly on you device, subscribe now.