fbpx

ସେପ୍ଟେମ୍ବର ୮ରୁ ଆରମ୍ଭ ହେବ +୩ ନାମଲେଖା ଆବେଦନ

ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): ରାଜ୍ୟରେ +୩ ନାମଲେଖା ପାଇଁ ତାରିଖ ପ୍ରକାଶ ପାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସେପ୍ଟେମ୍ବର ୮ରୁ ୨୨ ଯାଏ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।

ଏହା ସହିତ ସେପ୍ଟେମ୍ବର ୨୮ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେହିଭଳି ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ । ଅକ୍ଟୋବର ୮ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।

Get real time updates directly on you device, subscribe now.