fbpx

୩ ଫୁଟର ବରକୁ ୪ଫୁଟର କନିଆ

ଲକ୍-ଡାଉନରେ କେଉଁଠାରେ ବିବାହ ଘୁଞ୍ଚିଯାଉଛି ତ ଆଉ କେଉଁଠାରେ କିଛି ଅଲଗା ଉପାୟରେ ବିବାହ ହୋଇ ଚର୍ଚ୍ଚା ପରିସରକୁ ଆସୁଛି । ସେହିପରି ମହାରାଷ୍ଟ୍ରରେ ଏପରି ଏକ ଅଦ୍ଭୁଦ ବିବାହ ଦେଖିବାକୁ ମିଳିଛି ଯାହାକି ଏବେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । ସେଠାରେ ଜଣେ ୨୯ ବର୍ଷିୟ ପୁଅ ସହ ୧୯ ବର୍ଷୀୟ ଝିଅ ସହ ବିବାହ ହୋଇଛି । ସେମାନଙ୍କ ମଧ୍ୟରୁ ପୁଅର ଉଚ୍ଚତା ୩ ଫୁଟ ହୋଇଥିବା ବେଳେ ଝିଅର ଉଚ୍ଚତା ୪ ଫୁଟ ।

ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶୀରପୁର ତହସିଲରେ ଗତ ବୁଧବାର ଦିନ ଏହି ଅଦ୍ଭୁଦ ବିବାହ ସମ୍ପର୍ଣ୍ଣ ହୋଇଛି । ୨୯ ବର୍ଷିୟ ଝାମରୁ ରାଜେନ୍ଦ୍ର କୋଲୀଙ୍କ ସହ ୧୯ ବର୍ଷୀୟ କନିଆ ନୟନା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁ ବିବାହ ପୂର୍ବରୁ ସ୍ଥିର ହୋଇଥିଲେ ବି ଲକ୍-ଡାଉନ୍ ଯୋଗୁଁ କଥା ଆଗକୁ ବଢିନଥିଲା । ଶେଷରେ ସାମାଜିକ ଦୂରତା ଅନୁସରଣ କରି ଗାଁରେ ହିଁ ଦୁହିଁଙ୍କ ବାହାଘର ହୋଇଥିଲା ।

Get real time updates directly on you device, subscribe now.