fbpx

ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ, ଓଡ଼ିଶା ଫେରିପାରିବେ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ, ୭ା୫: ପ୍ରବାସୀ ଓଡ଼ିଆଙ୍କୁ ନେଇ ହାଇକୋର୍ଟଙ୍କ କଟକଣା ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ପ୍ରବାସୀ ଓଡ଼ିଆମାନେ ପ୍ରଥମେ କରୋନା ଟେଷ୍ଟ ଦେବେ ପରେ ରିପୋର୍ଟ ନେଗେଟିଭ ଆସିଲେ ଓଡ଼ିଶାକୁ ପ୍ରବେଶ କରିପାରିବେ ବୋଲି ହାଇକୋଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ରାୟ ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ଓଡ଼ିଶା ହାଇକୋର୍ଟ ଜଷ୍ଟିସ୍ ଏସ୍ ପଣ୍ଡା ଓ କେ.ଆର ମହାପାତ୍ରଙ୍କ ଗଠିତ ଖଣ୍ଡପୀଠରେ ଏହିପରି କଟକଣା ଜାରି କରାଯାଇଥିଲା । କିନ୍ତୁ ଆଜି ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଅଶୋକ ଭୂଷଣ, ଏସ କେ କୌଲ, ବି.ଆର ଗାଭାଇଙ୍କ ଗଠିତ ଖଣ୍ଡପୀଠରେ ରହିତାଦେଶ ଜାରି ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ବାହାରେ ଲକ୍ ଡାଉନ ପାଇଁ ବହୁ ପ୍ରବାସୀ ଫସି ରହିଛନ୍ତି । ଏନେଇ ଓଡ଼ିଶାକୁ ଆସିବାକୁ ସରକାର ବହୁ ପଦକ୍ଷେପ ନେଇଛନ୍ତି । କିନ୍ତୁ ଓଡ଼ିଶାକୁ ପ୍ରବେଶ କରିବା ପୂର୍ବରୁ କରୋନା ଟେଷ୍ଟ କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ପ୍ରଥମେ ନମୁନା ପରୀକ୍ଷା କରାଯିବ ଯଦି ରିପୋର୍ଟ ନେଗେଟିଭ୍ ଆସିବ ତେବେ ରାଜ୍ୟକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ବାହାର ରାଜ୍ୟରୁ ଫେରିବା ଘଟଣାରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ପରି ନିର୍ଦ୍ଦେଶ ଦେଇଥିଲେ । ଏହାସହ ପ୍ରବାସୀ ଓଡ଼ିଆଙ୍କୁ ରଖିବା ପାଇଁ ୫ଲକ୍ଷ ବେଡ଼ର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.