fbpx

ଏହି ମାଧ୍ୟମରେ ୨ ଲକ୍ଷ ଟଙ୍କାରୁ ଆରମ୍ଭ କଲେ ବ୍ୟବସାୟ ;ବର୍ତ୍ତମାନ ୭୫ କୋଟି ଟଙ୍କାର ମାଲିକ, ଜାଣନ୍ତୁ ୩ସାଙ୍ଗଙ୍କ ସଂଘର୍ଷର କାହାଣୀ

AAKASH

ନୂଆଦିଲ୍ଲୀ :ଭାରତରେ ଷ୍ଟାର୍ଟ ଅଫ୍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଅନେକ ଯୁବ ଉଦ୍ୟୋଗି ସାମିଲ ହୋଇ ସଫଳତା ପଇଛନ୍ତି । ସେମାନଙ୍କ ମଧ୍ୟରୁ ଏପରି କିଛି ସଫଳ ଉଦ୍ୟୋଗି ଅଛନ୍ତି ଯେଉଁମାନେ ସାମାନ୍ୟ କିଛି ଟଙ୍କାର ସେମାନଙ୍କ ବ୍ୟାପାର ଆରମ୍ଭ କରି କୋଟି କୋଟି ଟଙ୍କାରେ ପହଁଞ୍ଚାଇଛନ୍ତି । ଏହିପରି ଦିଲ୍ଲୀର ତିନି ସାଙ୍ଗ ମିଶି ୨୦୧୬ରେ ଏକ ଅନଲାଇନ୍ ବେକେରି ଆରମ୍ଭ କରିଥିଲେ । ବର୍ତ୍ତମାନ ଯାହାର ବାର୍ଷିକ ଟର୍ଣ୍ଣଓଭର ୭୫ କୋଟିରେ ପହଁଛିଛି । ବର୍ତ୍ତମାନ ସେମାନେ ତାଙ୍କର ଉପସ୍ଥୀତି ୧୧ଟି ସହରରେ ଅଛି । ଏହାବାଦ୍ କମ୍ପାନୀ ଚଳିତ ବର୍ଷ ଏହାର ପ୍ରଥମ ଆଉଟ୍ଲେଟ୍ ଦିଲ୍ଲୀରେ ଖୋଲିଛନ୍ତି । ଦିଲ୍ଲୀର ହିମାଂଶୁ ଚାଉଲା, ରିଶି ସେହଗଲ ଏବଂ ସୁମନ ପାତ୍ର ୨୦୧୬ରେ ଏହି କମ୍ପାନୀ ଆରମ୍ଭ କରିଥିଲେ ।

ଏହି ତିନିଜଣ ଦିଲ୍ଲୀର ନେତାଜୀ ବିଶ୍ୱବିଦ୍ୟାଳୟରେ ଏକାଠି ଅଧ୍ୟୟନ କରିଥିଲେ। ସେ କିଛି ଦିନ ପାଇଁ ଏକ ଘରୋଇସଂସ୍ଥା କାମ ମଧ୍ୟ କରିଥିଲେ। କିନ୍ତୁ, ପରେ ଏହି ତିନିଜଣ ଚାକିରି ଛାଡି ୨୦୧୦ ରେ ସେମାନଙ୍କର ପ୍ରଥମ ଉଦ୍ୟମ ଫ୍ଲେଭର ଓରା ଆରମ୍ଭ କଲେ। କିଛି ନୂତନ ଏବଂ ଅଲଗା କରିବା ଉଦେଶ୍ୟରେ ଅନ୍ଲାଇନ୍ ରେ ଫୁଲ, କେକ୍ ଏବଂ କଷ୍ଟାମାଇଜ ଉପହାର ଯୋଗାଇବା ବ୍ୟବସାୟ ଆରମ୍ଭ କଲେ ।

ଏକ ରିପୋର୍ଟ ଅନୁଯାୟୀ, ସୋରି କହିଛନ୍ତି ଯେ ଭାଲେଣ୍ଟାଇନ୍ସ ଡେ ୨୦୧୦ ରେ ଫ୍ଲେଭର ଓରାଙ୍କୁ ଅନେକ ଅର୍ଡର ମିଳିଥିଲା। ଏବଂ ସେହି ଦିନ ହିମାଂଶୁ ଦିଲ୍ଲୀ ଏବଂ ଏନସିଆରରେ ୫୦ ପ୍ରତିଶତ ଅର୍ଡର ପ୍ରଦାନ କରିଥିଲେ କାରଣ ସେମାନଙ୍କର କେବଳ ଜଣେ କର୍ମଚାରୀ ଥିଲେ। ସେତେବେଳେ ହିଁ ସେ ବେକେରୀ ବିତରଣ ବିଷୟରେ ଫ୍ଲେଭର ଓରା ସହିତ କିଛି ଅଲଗା କରିବାକୁ ଚିନ୍ତା କରିବା ଆରମ୍ଭ କଲେ । ବାସ ସେବେ ଠାରୁ ତିନି ବନ୍ଧୁଙ୍କ ଏହି ମିଳିତ ଉଦ୍ୟୋଗ ଖୁବ ଜୋରସୋର ଚାଲିଛି । ଏବଂ ଆଗକୁ ସେ ଏହି ବ୍ୟବସାୟର ଅଧିକ ଶାଖା ଖୋଲିବାକୁ ମଧ୍ୟ ସ୍ଥିର କରିଛନ୍ତି । କିଛି ଭିନ୍ନ ଏବଂ ନୂଆ କରି ଦେଖେଇବାର ଇଚ୍ଛା ଶକ୍ତି ଆଜି ଏହି ବନ୍ଧୁ ମାନଙ୍କୁ ସଫଳତା ଭେଟି ଦେଇଛି ।

Get real time updates directly on you device, subscribe now.