fbpx
BJD
BJD SKY
BJD SKY

SBI ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି Whatsappରେ ପାଇବେ ବ୍ୟାଙ୍କର ସୁବିଧା

ଭାରତୀୟ ଷ୍ଟେଟ ବ୍ୟାଙ୍କର ସମସ୍ତ ଗ୍ରାହକମାନଙ୍କ ପାଇଁ ଖୁସି ଖବର । ଏଣିକି ଡିଜିଟାଲ ମାଧ୍ୟମରେ ବ୍ୟାଙ୍କର ସମସ୍ତ ସୁବିଧା ଆପଣଙ୍କ ହାତମୁଠାରେ ମିଳିପାରିବ । ଆଉ ବ୍ୟାଙ୍କରେ ଲାଇନ ଲଗାଇ ଠିଆ ହେବାର ଆବଶ୍ୟକତା ପଡିବ ନାହିଁ । ଏଥିପାଇଁ ଗ୍ରାହକଙ୍କ ପାଇଁ ଆଉ ଏକ ଫିଚର ଉପଲବ୍ଧ କରିଛି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ । ନୂଆ ଫିଚର ହ୍ୱାଟ୍ସଆପ ବ୍ୟାଙ୍କିଙ୍ଗ ଜରିଆରେ ଏସବିଆଇର କିଛି ସୁବିଧା ଆପଣ ପାଇପାରିବେ । ଆସନ୍ତ ଜାଣିବା ଏହି ସବୁ ସୁବିଧା ବିଷୟରେ:

ଏସବିଆଇର ହ୍ୱାଟ୍ସଆପ ସର୍ଭିସ ଜରିଆରେ ଗ୍ରାହକ ଦୁଇଟି ସେବା ପାଇବେ । ହ୍ୱାଟ୍ସଆପ ମାଧ୍ୟମରେ ନିଜର ଆକାଉଣ୍ଟ ବାଲାନ୍ସ ଏବଂ ଶେଷ ୫ଟି ଟ୍ରାଞ୍ଜାକ୍ସନର ମିନି ଷ୍ଟେଟମେଣ୍ଟ ପାଇବା ପାଇପାରିବେ ବ୍ୟାଙ୍କର ଗ୍ରାହକ । ଆକାଉଣ୍ଟଧାରୀମାନେ ୟୋନୋ ଅ।।ପରେ ଲଗ ଇନ ନ କରି ନିଜ ଆକାଉଣ୍ଟ ବାଲାନ୍ସ ଚେକ କରିପାରିବେ । ସେହିପରି ଏଟିଏମକୁ ନ ଯାଇ ମିନି ଷ୍ଟେଟମେଣ୍ଟ ମଧ୍ୟ ପାଇପାରିବେ ଗ୍ରାହକ । ଏ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏହା ମଧ୍ୟ ଘୋଷଣା କରାଯାଇଛି । ଏଣିକି ହ୍ୱାଟ୍ସଆପ ଜରିଆରେ ହିଁ ଏ ସମସ୍ତ ସୁବିଧା ଗ୍ରାହକଙ୍କୁ ମିଳିପାରିବ ।

ଏସବିଆଇର ଏହି ସୁବିଧା ପାଇବା ପାଇଁ ଏସବିଆଇ ଆକାଉଣ୍ଟ ରେଜିଷ୍ଟର କରିବାକୁ ପଡିବ । ପ୍ରଥମେ ଏକ ଏସଏମଏସ ମାଧ୍ୟମରେ ନିଜ ସହମତି ଦେବାକୁ ହେବ ।

ହ୍ୱାଟ୍ସଆପ ବ୍ୟାଙ୍କିଙ୍ଗ ସର୍ଭିସ ପାଇବା ପାଇଁ କେମିତି କରିବେ ରେଜିଷ୍ଟର:

ଷ୍ଟେପ ୧- ବ୍ୟାଙ୍କ ଆକାଉଣ୍ଟକୁ ଏସବିଆଇ ହ୍ୱାଟ୍ସଆପ ବ୍ୟାଙ୍କିଙ୍ଗ ସର୍ଭିସ ସହିତ ରେଜିଷ୍ଟର କରିବା ପାଇଁ ‘SMS WAREG A/C No) ଲେଖି (917208933148)କୁ ନିଜ ରେଜିଷ୍ଟର ମୋବାଇଲ ନମ୍ବରରୁ ପଠାନ୍ତୁ ।

ଷ୍ଟେପ ୨- ରେଜିଷ୍ଟ୍ରେସନ ପରେ Whatsappରୁ 9022690226 ନମ୍ବରକୁ ପଠାଇ ଦିଅନ୍ତୁ । ଏହା ଏକ ପପ୍‌-ଅପ ମେସେଜ ବକ୍ସ ଖୋଲିବ ।

ଷ୍ଟେପ ୩- ଏବେ ଆପଣଙ୍କ ଆକାଉଣ୍ଟ ବାଲାନ୍ସ, ମିନି ଷ୍ଟେଟମେଣ୍ଟ, ଡିରେଜିଷ୍ଟର ହ୍ୱାଟ୍ସଆପ ବ୍ୟାଙ୍କିଙ୍ଗ ଅପ୍ସନ ମକ୍ଟମକ୍ଟବ ।

ଷ୍ଟେପ ୪- ଆକାଉଣ୍ଟର ବାଲାନ୍ସ ଜାଣିବା ପାଇଁ 1 ଟାଇପ କରନ୍ତୁ ଏବଂ ମିନି ଷ୍ଟେଟମେଣ୍ଟ ପାଇବା ପାଇଁ 2 ପ୍ରେସ କରନ୍ତୁ ।

Get real time updates directly on you device, subscribe now.