ପାର୍କରେ ଚାଲିଥିଲା ସଙ୍ଗୀତ କାର୍ଯ୍ୟକ୍ରମ, ହଠାତ୍ ହେଲା ଗୁଳି ବର୍ଷା, ୩ ମୃତ

ପାର୍କରେ ସଙ୍ଗୀତ ସହ ମନୋରଞ୍ଜନର ଆସର ଜମିଥିଲା। ହେଲେ ହଠାତ୍ ପାର୍କ ମଝିରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଆଉ ଦୁର୍ବୃତ୍ତଙ୍କ ଗୁଳିମାଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୫ରୁ ଅଧିକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଆମେରିକା: ପାର୍କରେ ଆଖିବୁଜା ଗୁଳିମାଡ଼।  ଦୁର୍ବୃତ୍ତର ଗୁଳିମାଡରେ ୩ ମୃତ, ୧୫ରୁ ଅଧିକ ଗୁରୁତର। ରାତି ପ୍ରାୟ ୧୦ଟାରେ ପାର୍କରେ ଏକ ଲୋକପ୍ରିୟ ସଙ୍ଗୀତ ଏବଂ ମନୋରଞ୍ଜନର ଆସର ଜମିଥିଲା। ଠିକ୍ ସେହି ସମୟରେ ପାର୍କରେ ଆଖିବୁଜା ଗୁଳିମାଡ଼ ହୋଇଥିଲା।

ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଏବେବି ୧୫ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ଡହୋଇଛନ୍ତି। ଘଟଣା ଘଟିଛି ଆମେରିକାର ନ୍ୟୁ ମେକ୍ସିକୋ ରାଜ୍ୟର ଲାସ୍ କ୍ରୁସେସ୍ ସହରର ଏକ ପାର୍କରେ।

ଗୁଳିକାଣ୍ଡରେ ଆହତ ହୋଇଥିବା ଲୋକମାନଙ୍କୁ ଲାସ୍ କ୍ରୁସେସ୍‌ର ତିନୋଟି ସ୍ଥାନୀୟ ହସ୍ପିଟାଲ୍ ଏବଂ ଏଲ୍ ପାସୋର ବିଶ୍ୱବିଦ୍ୟାଳୟ ମେଡିକାଲ୍ ସେଣ୍ଟର (ଆଞ୍ଚଳିକ ଟ୍ରମା ସେଣ୍ଟର)ରେ ଚିକିତ୍ସା କରାଯାଉଛି।

ପୋଲିସର ତଦନ୍ତରୁ ଜଣାପଡିଛି କି, ପୋଲିସ ପାର୍କର ଏକ ବଡ଼ ଅଞ୍ଚଳରେ ୫୦ ରୁ ୬୦ଟି ସେଲ୍ ଖୋଳ ପାଇଛି, ସବୁକିଛି ହ୍ୟାଣ୍ଡଗନ୍ ରୁ। ଏହା ପରେ, ଅନୁମାନ କରାଯାଉଛି ଯେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରେ ଅନେକ ସୁଟର ଏବଂ ଅସ୍ତ୍ରଶସ୍ତ୍ର ସାମିଲ ଥିଲା ଏବଂ ପାରସ୍ପରିକ ଶତ୍ରୁତା ଯୋଗୁଁ ଏହି ହିଂସା ଘଟିଥିଲା।

ପୋଲିସର କହିବା କଥା ଯେ ଏହି ଗୁଳିକାଣ୍ଡରେ ଆହୁରି ଅନେକ ଲୋକ ଫସି ଯାଇଛନ୍ତି। ନ୍ୟୁ ମେକ୍ସିକୋ ଷ୍ଟେଟ୍ ପୋଲିସ, ଡୋନା ଆନା କାଉଣ୍ଟି ସେରିଫ୍ ଅଫିସ୍, ଏଫବିଆଇ ଏବଂ ମଦ, ତମାଖୁ, ବନ୍ଧୁକ ଏବଂ ବିସ୍ଫୋରକ ବ୍ୟୁରୋ ମଧ୍ୟ ତଦନ୍ତ କରୁଛନ୍ତି।