fbpx

ରାଜ୍ୟକୁ ଫେରିଲେଣି ୩ ଲକ୍ଷ ପ୍ରବାସୀ ଶ୍ରମିକ: ସିଏମଓ

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ରାଜ୍ୟକୁ ପ୍ରାୟ ୩ ଲକ୍ଷରୁ ଅଧିକ ଶ୍ରମିକ ଫେରିଆସିଛନ୍ତି । ପ୍ରବାସୀଙ୍କ ନେଇ ୨୦୦ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଓଡିଶା ଆସିଲାଣି । ସୁରକ୍ଷା ଦୃଷ୍ଟିରୁ ସମସ୍ତ ଫେରନ୍ତା ପ୍ରବାସୀ ଓଡିଆ ଶ୍ରମିକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ସମସ୍ତଙ୍କୁ ଖାଦ୍ୟ ସହ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଯାଉଛି । ଏହା ସହିତ କରୋନାଙ୍କୁ ବ୍ୟାପିବାରୁ ରୋକିବା ପାଇଁ ପ୍ରବାସୀମାନଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଉଛି । ଏନେଇ ସିଏମଓ ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.