fbpx

ଡିଜିପିଙ୍କ ଉପସ୍ଥିତିରେ ୩ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ଭୁବନେଶ୍ୱର: ଡିଜିପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି ତିନି ମାଓବାଦୀ । ଆଜି ଲାଲଗଡ଼ କୁହାଯାଉଥିବା ମାଲକାନାଗିରିକୁ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଗସ୍ତ କରିଥିବା ସମୟରେ ଏହି ତିନି ଜଣ ଆତ୍ମସମର୍ପଣ କରିଛନ୍ତି । ତେବେ ଡିଜିପି ତେମ୍ରୁପାଲି ବିଏସଏଫ୍ କ୍ୟାମ୍ପକୁ ମାଓ ସ୍ଥିତି ସମୀକ୍ଷା କରିବାକୁ ଯାଇଥିଲେ । ଏହି ସମୟରେ ଅନେକ ବରିଷ୍ଠ ଅଧିକାରୀ ମାସିଲ ରହିଥିଲେ ।

ସେ ସେଠାରେ ପହଞ୍ଚି ତେମ୍ରୁପାଲି ବିଏସଏଫ୍ କ୍ୟାମ୍ପରେ ଯବାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଆତ୍ମସମର୍ପଣ କରିଥିବା ମାଓ ବାଦୀଙ୍କ ନାଁ ହେଉଛି ରାମେ ପୋଦିଆମୀ, ତାଲସେ ହୁଇକା ଏବଂ ରାଇଧର୍ ଧୁରୁଆ ।

Get real time updates directly on you device, subscribe now.