fbpx

ଭୁବନେଶ୍ୱରରେ ଗର୍ଭବତୀଙ୍କୁ ମିଳିବ ଟିକା; ଜାଣନ୍ତୁ କେବେ ଓ କେଉଁଠି

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଗର୍ଭବତୀଙ୍କୁ ଟିକାକରଣରେ ସାମିଲ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଟିକାକରଣ । ଆସନ୍ତା ୨୧ ତାରିଖରୁ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ । କେବଳ ଭୁବନେଶ୍ୱରରେ ଏହି ଟିକାକରଣ ଆରମ୍ଭ ହେଉଥିବା ବେଳେ ବୁଧବାର ଓ ଶନିବାର ଦିନ ୧୧ଟାରୁ ୧ଟା ମଧ୍ୟରେ ଟିକାକରଣ କରାଯିବ । ସମସ୍ତ ୟୁପିଏଚସି, ୟୁଜିଏଚସି ଓ କ୍ୟାପିଟାଲ ହସ୍ପିଟାଲରେ ଏହି ଟିକାକରଣ କରାଯିବ ।

ଏହି ତିନି ସ୍ଥାନରେ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ଟିକାକରଣରେ ସାମିଲ ହୋଇପାରିବେ । ବିଏମସି ପକ୍ଷରୁ ଟ୍ୱିଟ କରାଯାଇ ଗର୍ଭବତୀଙ୍କ ଟିକାକରଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗର୍ଭବତୀ ମହିଳାଙ୍କୁ କେବଳ କୋଭାକ୍ସିନ ଟିକା ପ୍ରଦାନ କରାଯିବ ।

Get real time updates directly on you device, subscribe now.