fbpx

ଚୁଇଙ୍ଗମ୍ ବିକ୍ରି ଉପରେ ୩ ମାସର ରୋକ୍, ଜାଣନ୍ତୁ କାରଣ

ଶିମଲା,୫ ।୪:ଛେପ ପକାଇବା କାରଣରୁ କରୋନା ଭାଇରସ୍ ବ୍ୟାପୁଥିବାର ଆଶଙ୍କା ଥିବାରୁ ହିମାଚଳ ପ୍ରଦେଶରେ ସରକାର ୩ ମାସ ପର୍ଯ୍ୟନ୍ତ ଚୁଇଙ୍ଗମ ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ଖାଦ୍ୟ ସୁରକ୍ଷା ଆୟୁକ୍ତ ଓ ଅତିରିକ୍ତ ମୁଖ୍ୟ ସଚିବ ଆରଡି ଧିମାନ କହିଛନ୍ତି ଯେ, କୋଭିଡ୍-୧୯ ଲାଳ, ଛେପ ଇତ୍ୟାଦି ମାଧ୍ୟମରେ ବ୍ୟାପିଥାଏ ଓ ଚୁଇଙ୍ଗମ ଚୋବାଇ ପକାଇବା ଦ୍ୱାରା ମଧ୍ୟ ଏହାର ବ୍ୟାପିବାର ଆଶଙ୍କା ରହିଛି । ଏହା ସହ ଧିମାନ୍ କହିଛନ୍ତି ଯେ, ଜନସାଧାରଣଙ୍କ ସ୍ୱାର୍ଥରେ ଚୁଇଙ୍ଗମ, ବବୁଲ ଗମ୍ ଓ ସମାନ ଦ୍ରବ୍ୟର ବିକ୍ରୟ ତଥା ବ୍ୟବହାରକୁ ୩୦ଜୁନ୍ ପର୍ଯ୍ୟନ୍ତ ନିଷେଧ କରାଯାଇଛି ।

ତେବେ ଶନିବାର ଦିନ ହିମାଚଳ ପ୍ରଦେଶରେ ନୂଆ ୭ଟି କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ଟି ମାମଲା ସାମନାକୁ ଆସିଛି ବୋଲି ଆଇଜିଏମସିର ଏମ୍ସ ଡାକ୍ତର ଜନକ ରାଜ କହିଛନ୍ତି ।

Get real time updates directly on you device, subscribe now.