fbpx

ସହିଦ ପିତାଙ୍କୁ ମୁଖାଗ୍ନି ଦେଲା ୩ ମାସର ଶିଶୁ, କାନ୍ଦି ଉଠିଲା ପୁରା ଗାଁ

ଗୁରଦାସପୁର,୧୭ ।୧: ଦେଶକୁ ସୁରକ୍ଷା ଦେବାକୁ ଯାଇ ସହିଦ ହୋଇଥିବା ପିତାଙ୍କୁ ମୁଖାଗ୍ନି ଦେଇଛି ୩ ମାସର ଶିଶୁ, ଯାହାକୁ ଦେଖି ପୂରା ଗାଁ କାନ୍ଦି ଉଠିଛି । ତେବେ ଜମ୍ମୁ-କାଶ୍ମୀର କୁପୱାଡାରେ ବରଫ ଅତଡା ଖସି ସହିଦ ହୋଇଥିଲେ ଗୁରଦାସପୁର ନିବାସୀ ରଣଜୀତ ସିଂହ । ଶୁକ୍ରବାର ଦିନ ତାଙ୍କର ପାର୍ଥିବ ଶରୀର ଗୁରଦାସପୁର ସ୍ଥିତ ଦୀନାନଗରର ସିଦ୍ଧପୁର ଗାଁରେ ପହଞ୍ଚିଥିଲା । ନିଜର ବାହାଦୂର ପୁଅକୁ ଦେଖିବା ପାଇଁ ପୁରା ଗାଁରେ ଲୋକଙ୍କ ଭିଡ ଲାଗିଥିଲା ।

ରଣଜିତଙ୍କ ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଥିଲେ ତାଙ୍କର ୩ ମାସର ଶିଶୁ । ସେହି ୩ ମାସର ଶିଶୁଟିକୁ ତାଙ୍କ ଦାଦା କୋଳରେ ଧରିି ମୁଖାଗ୍ନି ଦେଇଥିଲେ, ଯାହାକୁ ଦେଖି ସମସ୍ତଙ୍କ ଆଖିରେ ଆସିଯାଇଥିଲା ଲୁହ । ସହିଦ ରଣଜିତଙ୍କ ପିତା ହରବଂସ ସିଂହ କହିଛନ୍ତି ଯେ, ମୋ ପୁଅ ପାଇଁ ମୁଁ ଗର୍ବିତ । କିନ୍ତୁ ଦୁଃଖର କଥା ଏହି କି ଯେ, ରଣଜିତଙ୍କ ଘରେ କେହି ରୋଜଗାରକ୍ଷମ ବ୍ୟକ୍ତି ନାହାନ୍ତି । ସେଥିପାଇଁ ତାଙ୍କ ପରିବାରରୁ କୌଣସି ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯାଉ ବୋଲି ସହିଦଙ୍କ ପିତା ସରକାରଙ୍କୁ ଅପିଲ କରିଛନ୍ତି ।

Get real time updates directly on you device, subscribe now.