fbpx

ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ

ଛତିଶଗଡ,୨୩ ।୧୧ : ଛତିଶଗଡ କାଙ୍କେର ଜିଲ୍ଲା ରାୱାଘାଟ ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ଯବାନ ଓ ନକ୍ସଲ । ଏନକାଉଣ୍ଟରରେ ୩ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ମିଳିଛି । ମୃତ ୩ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଅତ୍ୟାଧୁନିକ ବନ୍ଧୁକ ସହ ଗୁଳିଗୋଳା ଜବତ କରାଯାଇଛି । ଗୁଳିବିନିମୟ ସମୟରେ ଜଣେ ଯବାନ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ଏନକାଉଣ୍ଟର ନେଇ ଛତିଶଗଡ଼ ବସ୍ତର ପୋଲିସ ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.