fbpx

ବାପ୍ ରେ ବାପ୍! ଚଳନ୍ତା ଟ୍ରେନରୁ ଖସି ପଡିଲେ ୩ ଯାତ୍ରୀ: ଆଉ ତା’ପରେ…

ବିହାର: କରମଣ୍ଡଳ ଦୁର୍ଘଟଣା ପରେ ଟ୍ରେନ ସହ ଜଡିତ ଅନେକ ଦୁର୍ଘଟଣା ସାମନାକୁ ଆସିଛି । ବର୍ତ୍ତମାନ ସେହିଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ଚଳନ୍ତା ଟ୍ରେନରୁ ୩ ଜଣ ଯାତ୍ରୀ ହଠାତ୍ ତଳକୁ ଖସି ପଡିଛନ୍ତି । ଏହାପରେ ସେଠାରେ ଏକ ବଡ ଦୁର୍ଘଟଣାର ପରିସ୍ଥିତି ସୃଷ୍ଟି ହୋଇଯାଇଛି । ଏଭଳି ଏକ ଛାତିଥରା ଘଟଣାର ଭିଡିଓ ନିକଟରେ ଥିବା ସିସିଟିଭିରେ ରେକର୍ଡ ହୋଇଯାଇଛି । ତେବେ ବର୍ତ୍ତମାନ ଏହି ଭିଡିଓ ଖୁବ ଭାଇରାଲ ହେଉଛି ।

ସୂଚନା ଅନୁସାରେ, ଭାଗଲପୁର ଆନନ୍ଦ ବିହାର ବିକ୍ରମଶିଳା ସୁପରଫାଷ୍ଟ ଏକ୍ସପ୍ରେସ(୧୨୩୬୭) ଜମାଲପୁର ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ତେବେ ସେଠାକାର ରାହୁଲ ଯାଦବ ଆନନ୍ଦ ବିହାର ପାଇଁ ଯାଉଥିଲେ । ତେବେ ଅନ୍ୟମନସ୍କ ଯୋଗୁଁ ଟ୍ରେନରେ ଚଢିବାରେ ବିଳମ୍ବ କରି ଦେଇଥିଲେ ରାହୁଲ । ଏହାପରେ ଚଳନ୍ତା ଟ୍ରେନ ଉପରେ ସେ ଚଢିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ରାହୁଲଙ୍କ ପୂର୍ବରୁ ଜଣେ ବ୍ୟକ୍ତି ଟ୍ରେନରୁ ତଳକୁ ଓହ୍ଲାଇଥିଲେ । ଏହାପରେ ରାହୁଲ ଟ୍ରେନରେ ଚଢିବା ସମୟରେ ତଳକୁ ଖସି ପଡିଥିଲେ ଏବଂ ତାଙ୍କ ସହ ଜଣେ ମହିଳା ମଧ୍ୟ ଟ୍ରେନ ତଳେ ଖସି ପଡିଛନ୍ତି । ଏମାନଙ୍କ ମଧ୍ୟରୁ ରାହୁଲ ପ୍ଲାଟଫର୍ମ ଏବଂ ଟ୍ରେନ ଲାଇନ ମଝିରେ ଫସିଯାଇଛନ୍ତି ।

ରାହୁଲଙ୍କର ଏହି କାରନାମା ଯୋଗୁଁ ତାଙ୍କ ସହ ଏକ ବଡ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ଥିଲା । କିନ୍ତୁ ଏହି ସମୟରେ ପ୍ଲାଟଫର୍ମରେ ଉପସ୍ଥିତ କିଛି ଲୋକ ଏବଂ ଆରପିଏଫ ଯବାନ ରାହୁଲଙ୍କୁ ବଞ୍ଚାଇବା ପାଇଁ ସେଠାକୁ ଦୌଡି ଆସିଥିଲେ । ତେବେ ସାମାନ୍ୟ ଅବହେଳା ରାହୁଲଙ୍କ ଜୀବନ ପ୍ରତି ଏକ ମହାବିପଦ ଟାଣି ଆଣିଥିଲା । ତେବେ ଏହାପରେ କ’ଣ ହୋଇଛି, ତାହା ଏହି ଭିଡିଓରେ ଦେଖାଯାଇ ନାହିଁ ।

Get real time updates directly on you device, subscribe now.