fbpx

ବିଶିଷ୍ଟ ହୋଟେଲ ବ୍ୟବସାୟୀ ଅନୀଲ ମେଧୋକଙ୍କ ପରଲୋକ: ନିଜେ ଗଢ଼ିଥିଲେ ୧୦୦ଟି ହୋଟେଲର ସାମ୍ରାଜ୍ୟ

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପ ଜଗତରୁ ଆସିଛି ଏକ ଦୁଃଖଦ ଖବର । ବିଶିଷ୍ଟ ହୋଟେଲ ବ୍ୟବସାୟୀ ତଥା ସରୋବର ହୋଟେଲର ପ୍ରତିଷ୍ଠାତା ଅନୀଲ ମେଧୋକଙ୍କ ପରଲୋକ ଘଟିଛି । ବିଶ୍ୱର ବିଭିନ୍ନ ଦେଶରେ ସରୋବର ହୋଟେଲର ୧୦୦ଟି ଶାଖା ରହିଛି । ଅନୀଲଙ୍କର ମୃତ୍ୟୁ ଭାରତୀୟ ହୋଟେଲ ଶିଳ୍ପ ପାଇଁ ଏକ ବିରାଟ କ୍ଷତି । ୧୯୯୪ ମସିହାରେ ଅନୀଲ ସରୋବର ହୋଟେଲସ ଆଣ୍ଡ ରିସର୍ଟସ ପ୍ରତିଷ୍ଠା କରିବା ସହିତ ନିଜର ହୋଟେଲ ମ୍ୟାନେଜମେଣ୍ଟ କମ୍ପାନୀ ଆରମ୍ଭ କରିଥିଲେ ।

୧୯୯୬ରେ ଅନୀଲ ଓବେରଏ ହୋଟେଲସରେ ଜଣେ ମ୍ୟାନେଜମେଣ୍ଟ ଟ୍ରେନିଂ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ଉକ୍ତ କମ୍ପାନୀରେ ପାଖାପାଖି ୨୫ ବର୍ଷ ଧରି କାର୍ଯ୍ୟ କରିଥିଲେ । ଏହି ଅବସରରେ ସେ ଦେଶ, ବିଦେଶର ବିଭିନ୍ନ ସ୍ଥାନରେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ଏହାପରେ ସେ ଉକ୍ତ କମ୍ପାନୀ ଛାଡ଼ି ନିଜେ କିଛି କରିବାକୁ ନିଷ୍ପତ୍ତି ନେଇଥିଲେ । ଅନୀଲଙ୍କ ପରି ଜଣେ ଜଣାଶୁଣା ହୋଟେଲିୟରଙ୍କୁ ହରାଇ ହୋଟେଲ ଶିଳ୍ପ ଜଗତରେ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି ।

ଅନିଲ ଖୁବ୍ ଅଳ୍ପ ବୟସରୁ ସଫଳତାର ସ୍ୱାଦ ଚାଖିଥିଲେ । ସରୋବର ହୋଟେଲରୁ ନିଜର ବ୍ୟବସାୟ ଆରମ୍ଭ କରିଥିବା ଅନୀଲ ପରବର୍ତ୍ତୀ ସମୟରେ ତାହାକୁ ଏକ ହୋଟେଲ ଚେନରେ ପରିଣତ କରିପାରିଥିଲେ । ଅନୀଲ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ ହେଁ ଭାରତୀୟ ହସ୍ପିଟାଲିଟି ଇଣ୍ଡଷ୍ଟ୍ରି ଉପରେ ତାଙ୍କର ପ୍ରଭାବ ସର୍ବଦା ରହିଥିବ । ଭାରତୀୟ ହୋଟେଲ ଶିଳ୍ପକୁ ତାଙ୍କର ଅବାଦନକୁ କେହି ଭୁଲି ପାରିବେ ନାହିଁ ।

Get real time updates directly on you device, subscribe now.