fbpx

ଜାହାଜରେ ଝୁଲୁଥିବା ଅବସ୍ଥାରେ ୩୨୦୦୦ କିଲୋମିଟର ଯାତ୍ରା: ୧୧ ଦିନ ପରେ ଏପରି ଅବସ୍ଥାରେ ଅନ୍ୟ ଦେଶରେ ପହଞ୍ଚିଗଲେ!

ନୂଆଦିଲ୍ଲୀ: ସମୁଦ୍ର ଜାହାଜର ତଳ ଭାଗ ‘ରଡର’ରେ ବସି ୩ ଜଣ ଲୋକ ୧୧ ଦିନ ଭିତରେ ୩୨୦୦ କିଲୋମିଟରର ଏକ ବିପଜ୍ଜନକ ଯାତ୍ରା କରିଥିବା ଘଟଣା ସାମ୍ନାକୁ ଆସିଛି । ଜାହାଜର ଯେଉଁ ‘ରଡର’ରେ ୩ ଜଣ ବସିଥିଲେ, ସେଠାରୁ ମାତ୍ର ୩ ଇଞ୍ଚ ଦୂରରେ ସମୁଦ୍ରର ଲହରୀ ଥିଲା । ଏହି ୩ ଜଣ ବିନା ଟିକେଟରେ ନାଇଜେରିଆରୁ କାନାରି ଦ୍ୱୀପକୁ ଯାତ୍ରା କରିଥିଲେ ।

ତୈଳ ଟ୍ୟାଙ୍କର୍ ଜାହାଜ Alithini IIର ‘ରଡର’ରେ ବସି ତିନିଜଣ ଲୋକ ଯାତ୍ରା କରିଥିଲେ । କୌଣସି ଜାହାଜକୁ ଦିଗ ବିଷୟରେ ଅବଗତ କରିବାରେ ‘ରଡର’ ସହାୟକ ହୋଇଥାଏ । ଏହି ଅଂଶ ଜାହାଜର ତଳ ପାର୍ଶ୍ୱରେ ଅଛି ଏବଂ ଜଳକୁ ସ୍ପର୍ଶ କରୁଛି । ସୋମବାର ସ୍ପେନ ତଟରକ୍ଷୀ ଗାର୍ଡ ତିନିଜଣ ବିନା ଟିକେଟରେ ଯାତ୍ରା କରିଥିବା ଲୋକଙ୍କ ଫଟୋ ସେୟାର କରିଛନ୍ତି । ଏଥିରେ ତିନିଜଣ ‘ରଡର’ ଉପରେ ବସିଥିବାର ନଜର ଆସିଛନ୍ତି । ଏହି ସମୟରେ, ଏହି ଲୋକଙ୍କ ପାଦ ସମୁଦ୍ର ଲହରୀଠାରୁ ମାତ୍ର କିଛି ଇଞ୍ଚ ଦୂରରେ ଥିବା ଦୃଶ୍ୟମାନ ହୋଇଛି ।

ଅଧିକାରୀଙ୍କ କହିବା ମୁତାବକ, ଏହି ବିପଜ୍ଜନକ ଏବଂ ଦୀର୍ଘ ଯାତ୍ରା ହେତୁ ଏହି ତିନି ଜଣ ବ୍ୟକ୍ତି ଡିହାଇଡ୍ରେସନ୍ ଏବଂ ହାଇପୋଥର୍ମିଆରେ ପୀଡିତ ହୋଇଥିଲେ । ଏହି ମାମଲାରେ ମାଇଗ୍ରେସନ ଆଡଭାଇଜର ସେମା ସାଣ୍ଟାନା କହିଛନ୍ତି ଯେ, ‘ଏହା ପ୍ରଥମ ଏବଂ ଶେଷ ଥର ପାଇଁ ହୋଇନାହିଁ, ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କୁ ଭାଗ୍ୟ ସବୁବେଳେ ତାଙ୍କ ସହ ରହିନଥାଏ ।’
ସୂଚନା ଅନୁସାରେ, ଏହି ଜାହାଜଟି ନଭେମ୍ବର ୧୭ ରେ ନାଇଜେରିଆର ଲାଗୋ ସହର ଛାଡିଥିଲା । ୧୧ ଦିନରେ ୩୨୦୦ କିଲୋମିଟର ଯାତ୍ରା କରିବା ପରେ ଏହା ସ୍ପେନ ସୀମାରେ ପ୍ରବେଶ କରିଥିଲା ।

ସେହିପରି ୨୦୨୦ ମସିହାରେ ଜଣେ ୧୪ ବର୍ଷର୍ୀୟ ନାଇଜେରିଆ ବାଳକ ୧୫ ଦିନ ଯାତ୍ରା କରିବା ପରେ ଲାଗୋସରୁ ସ୍ପେନରେ ପହଞ୍ଚିଥିଲା । ୧୫ ଦିନର ଯାତ୍ରା ସମୟରେ ସେ ସମୁଦ୍ର ଜଳ ପିଇବା ସହ ରଡର ଉପରେ ଶୋଇଥିଲା । ୨୦୨୦ ରେ ୪ ଜଣ ବ୍ୟକ୍ତି ରଡର ପଛରେ ଥିବା ରୁମରେ ଲୁଚି ୧୦ ଦିନିଆ ଯାତ୍ରା ପରେ ସ୍ପେନରେ ପହଞ୍ଚିଥିଲେ ।

Get real time updates directly on you device, subscribe now.