fbpx
BJD SKY
BJD SKY

ବିଷାକ୍ତ ସାପ କାମୁଡାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ଘଟିଛି ଏହି ଅଘଟଣ

BJD

କେନ୍ଦୁଝର: ସାପ କାମୁଡାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । କୋଚିଂ ସେଣ୍ଟରରେ ଶୋଇଥିବା ସମୟରେ ସାପ କାମୁଡିଥିବା ଜଣାପଡିଛି । ବାରିଆ ଥାନା ଅଞ୍ଚଳରେ ଥିବା କୋଚିଂ ସେଣ୍ଟରରେ ଏପରି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବରିଆ ଥାନା ଅଂଚଳରେ ଥିବା ଏକ କୋଚିଂ ସେଣ୍ଟରରେ ପାଠ ପଢା ସାରି ୪ଜଣ ପିଲା ଶୋଇଥିଲେ । ପିଲାମାନେ ଶୋଇଥିବା ବେଳେ ବିଷାକ୍ତ ସାପ ସେହି କୋଠରୀରେ ପଶି ସମସ୍ତ ଛାତ୍ରଛାତ୍ରୀଙ୍କୁ କାମୁଡିଛି । ମୃତକଙ୍କ ମଧ୍ୟରେ ଜଣେ ଛାତ୍ର ଏବଂ ଅନ୍ୟ ଦୁଇଜଣ ଛାତ୍ରୀ ଅଛନ୍ତି ।

ପିଲାଙ୍କୁ ସାପ କାମୁଡିବା ଜାଣିବା ପରେ ସାମାନ୍ୟ ବିଳମ୍ବ ହୋଇଯାଇଥିଲା । ତେବେ ୪ଜଣ ଛାତ୍ରଛାତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଚିକିତ୍ସାଳୟରେ ପହଁଚିଲା ବେଳକୁ ୩ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏଥିରୁ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରଯାଇଛି ।

Get real time updates directly on you device, subscribe now.