fbpx
BJD SKY
BJD SKY

ନଦୀରେ ଗାଧୋଇବାକୁ ଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର

BJD

ଭଦ୍ରକ: ରାଜ୍ୟରେ ପୁଣି ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ଏହି ଅଘଟଣଟି ସାତଭଉଣୀ ନିକଟ ଲାଙ୍ଗୁଡି ଅଞ୍ଚଳରେ ଘଟିଛି । ସମସ୍ତ ଛାତ୍ର ଚରମ୍ପା କଲେଜରେ ପଢୁଥିବା ନେଇ ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି ୪ ଛାତ୍ର ସାଙ୍ଗ ହୋଇ ନଦୀରେ ଗାଧୋଇବାକୁ ଯାଇଥିଲେ । ସେଠାରେ ସେମାନେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ବୁଡିଯାଇଥିବା ଛାତ୍ରଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଡାକ୍ତରଖାନାରେ ୩ ଛାତ୍ରଙ୍କୁ ମୃତ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଏହି ୩ଜଣଙ୍କ ମୃତ୍ୟୁ ଡାକ୍ତରଖାନାରେ ପହଁଚିବା ପୂର୍ବରୁ ହୋଇସାରିଥିଲା । ଅନ୍ୟ ପକ୍ଷରେ ଜଣେ ଛାତ୍ରଙ୍କୁ ଚିକିତ୍ସିତ କରାଯାଇ ଡିସଚାର୍ଜ ମଧ୍ୟ କରି ଦିଆଯାଇଛି । ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

Get real time updates directly on you device, subscribe now.