fbpx

ହାର୍ଦ୍ଦିକ ନେବେ ବଡ ନିଷ୍ପତ୍ତି: ୱିଲିୟମସନଙ୍କ ସ୍ଥାନରେ କମବ୍ୟାକ କରିବେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନର ସପ୍ତମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟନ୍ସ । ତେବେ ଏହାପୂର୍ବରୁ ଗୁଜୁରାଟ ଦଳକୁ ଏକ ବଡ ଖୁସିଖବର ମିଳିଛି । ପ୍ରଥମ ମ୍ୟାଚରେ ଆହତ ହୋଇ ଦଳରୁ ବାଦ୍ ପଡିଥିବା କେନ୍ ୱିଲିୟମସନଙ୍କ ବିକଳ୍ପ ଭାବରେ ଜଣେ ବିସ୍ପୋରକ ଖେଳାଳିଙ୍କୁ ପାଇଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଜିର ମ୍ୟାଚରେ ତାଙ୍କୁ କମବ୍ୟାକ କରାଇବା ଏକପ୍ରକାର ସୁନିଶ୍ଚିତ । ଏହି ଖେଳାଳିଙ୍କ ଏଣ୍ଟ୍ରି ଗୁଜୁରାଟକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।

ଆଜି ୱିଲିୟମସନଙ୍କ ସ୍ଥାନରେ ଟିମକୁ କମବ୍ୟାକ କରିପାରନ୍ତି ଗତବର୍ଷ ଗୁଜୁରାଟର ଚମ୍ପିଆନ କାହାଣୀର ଅନ୍ୟତମ ହିରୋ ଡାଭିଡ ମିଲର । ନେଦରଲାଣ୍ଡ ବିପକ୍ଷ ସିରିଜ ଖେଳୁଥିବାରୁ ପ୍ରଥମ ମ୍ୟାଚରେ ମିଲର ଗୁଜୁରାଟ ପାଇଁ ଅନୁପସ୍ଥିତ ଥିଲେ । ତେବେ ବର୍ତ୍ତମାନ ସେ ଗୁଜୁରାଟ ଶିବିରରେ ଯୋଗ ଦେଇ ସାରିଛନ୍ତି । ସେପଟେ ୱିଲିୟମସନଙ୍କ ଆହତ ସମସ୍ୟା ମିଲରଙ୍କୁ ଦଳରେ ଏଣ୍ଟ୍ରି କରାଇବାର ରାସ୍ତା ସଫା କରି ଦେଇଛି । ଗତବର୍ଷ ମିଲରଙ୍କ ଲଗାତାର ଦମଦାର ବ୍ୟାଟିଂ ଯୋଗୁଁ ଗୁଜୁରାଟ ଚମ୍ପିଆନ ହେବାରେ ସଫଳ ହୋଇପାରିଥିଲା । ତେଣୁ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ମିଲରଙ୍କୁ ସ୍ତାନ ମିଳିବା ଏକପ୍ରକାର ସୁନିଶ୍ଚିତ । ତେବେ ମିଲର ହିଁ ୱିଲିୟମସନଙ୍କର ଜଣେ ଶ୍ରେଷ୍ଠ ବିକଳ୍ପ ହୋଇପାରିବେ ବୋଲି କୁହାଯାଉଛି ।

GT Vs RR, IPL 2022: David Miller Attributes Success To Change In Mindset  Against Spinners Ahead Of Final

ତେବେ ଗତକାଲି ମିଲର ଦଳରେ ଯୋଗ ଦେଇଥିବା ବେଳେ ଆଜି ମ୍ୟାଚ ଖେଳିବେ କି ନାହିଁ ତାହା ଏକମାତ୍ର ପ୍ରଶ୍ନ ହୋଇପାରେ । ତେଣୁ ହାର୍ଦ୍ଦିକ ମିଲରଙ୍କୁ ଜଣେ ଇମ୍ପାକ୍ଟ ପ୍ଲେୟର ଭାବେ ଖେଳାଇ ପାରନ୍ତି । ତେବେ ପ୍ରଥମ ମ୍ୟାଚରେ ଚେନ୍ନାଇକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଗୁଜୁରାଟ ଏହି ଧାରାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିବ । ସେପଟେ ଦିଲ୍ଲୀ ପ୍ରଥମ ମ୍ୟାଚରେ ସୁପର ଜିଆଣ୍ଟସ ହାତରୁ ପରାସ୍ତ ହୋଇଛି । ତେଣୁ ଏହି ମ୍ୟାଚ ଜିତି ନିଜ ଲୟ ପ୍ରାପ୍ତ କରିବାକୁ ଚେଷ୍ଟା କରିବେ ଅଧିନାୟକ ଡାଭିଡ ୱାର୍ଣ୍ଣର ।

ଗୁଜୁରାଟ ପ୍ଲେଇଙ୍ଗ ୧୧: ଶୁଭମନ ଗିଲ, ରିଦ୍ଧିମାନ ଶାହା, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡାଭିଡ ମିଲର, ରାହୁଲ ତେୱାତିଆ, ରାଶିଦ ଖାନ, ଅଲଜାରୀ ଜୋସେଫ, ଶେୁଆ ଲିଟିଲ, ମହମ୍ମଦ ଶାମୀ ଏବଂ ୟଶ ଦୟାଲ/ ସାଇ ସୁଦର୍ଶନ

ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେଇଙ୍ଗ ୧୧: ପୃଥ୍ୱୀ ଶ’, ଡାଭିଡ ୱାର୍ଣ୍ଣର(ଅଧିନାୟକ), ମିଚେଲ ମାର୍ଶ, ସରଫରାଜ ଖାନ, ରୋଭମାନ ପାୱେଲ, ଅମନ ଖାନ, ଅକ୍ସର ପଟେଲ, କୁଳଦୀପ ଯାଦବ, ଚେତନ ସକାରିୟା, ଏନରିଚ ନୋକିଆ, ଖଲୀଲ ଅହମ୍ମଦ/ ମନୀଷ ପାଣ୍ଡେ

Get real time updates directly on you device, subscribe now.