fbpx

ବଡ଼ ନିଷ୍ପତ୍ତି: ନର୍ସିଂ ପଢ଼ିବା ପାଇଁ NEET ପରୀକ୍ଷା ଦେବାକୁ ପଡ଼ିବ, ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନର୍ସିଂକୁ ନେଇ କ୍ୟାରିୟର କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଏକ ବଡ଼ ଖବର ଆସିଛି । ରାଜ୍ୟ ସରକାର ଏ ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଏସ.ସି ନର୍ସିଂ ପଢ଼ିବାକୁ ହେଲେ ଏଣିକି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ) ପରୀକ୍ଷା ଦେବାକୁ ପଡ଼ିବ । ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ ଏହା ଲାଗୁ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହେଲେ ଛାତ୍ରଛାତ୍ରୀଙ୍କୁ ବିଏସସି ନର୍ସିଂ ପଢ଼ିବାକୁ ସୁଯୋଗ ମିଳିବ ନାହିଁ । ଆସନ୍ତା ମାସ ୬ ତାରିଖରେ ସର୍ବଭାରତୀୟ ସ୍ତରରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ଛାତ୍ରଛାତ୍ରୀମାନେ ୱେବସାଇଟ୍ ପରିଦର୍ଶନ କରି ଅପଡେଟ୍ ହେବା ନେଇ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଏବେ ୨୧ଟି ସରକାରୀ ଅଗଜୁଲାରୀ ନର୍ସିଂ ଆଣ୍ଡ ମିଡ୍ ୱାଇଫେରି ଟ୍ରେନିଂ ସେଣ୍ଟର (ଏଏନଟିସି) ଓ ୮ଟି ନର୍ସିଂ କଲେଜ ରହିଛି । ୨୧ଟି ଏଏନଟିସିରେ ୮୪୦ ଜଣ ଆଡମିଶନ କରୁଥିବା ବେଳେ ବେଳେ ୮ଟି ନର୍ସିଂ କଲେଜରେ ୭୫୦ଟି ସିଟ୍ ରହିଛି ।

୨୦୨୧-୨୨ ସୁଦ୍ଧା ରାଜ୍ୟରେ ୨୮ ହଜାର ୨୯୫ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଥିବା ବେଳେ ସେଥିମଧ୍ୟରୁ ୧୬ ହଜାର ୩୦୬ଟି ପଦବୀ ଖାଲି ରହିଥିଲା । ଚଳିତ ବର୍ଷ ୭ ହଜାର ୩୮୪ଟି ପଦବୀ ପୂରଣ କରିବା ନେଇ ପଦକ୍ଷେପ ନିଆଯାଇଛି । ନୂଆ ନର୍ସ ନିଯୁକ୍ତି କ୍ଷେତ୍ରରେ ଚଏସ୍ ଲକିଂ ସିଷ୍ଟମ ରହିଥିବା ବେଳେ ଚୟନ ପରୀକ୍ଷାର ମାର୍କ ଆଧାରରେ ପ୍ରାର୍ଥୀମାନେ ନିଜ ଇଚ୍ଛା ମୁତାବକ ହସ୍ପିଟାଲ ବାଛି ପାରିବେ ।

Get real time updates directly on you device, subscribe now.