fbpx
BJD SKY
BJD SKY

ଖୁସି ଖବର: କୃଷକଙ୍କୁ ମିଳିବ ୨୦୦୦ ୟୁନିଟର ମାଗଣା ବିଜୁଳି, ଲାଭବାନ ହେବେ ୧୪ ଲକ୍ଷରୁ ଅଧିକ ଲୋକ

BJD

ନୂଆଦିଲ୍ଲୀ: ରାଜସ୍ଥାନ ସରକାର କୃଷକଙ୍କୁ ଉର୍ଜା ମିତ୍ର ଯୋଜନା ମାଧ୍ୟମରେ ୨ ହଜାର ୟୁନିଟ ବିଜୁଳି ମୁକ୍ତରେ ଦେଉଛନ୍ତି । ଏଥିରେ ପାଖାପାଖି ୧୪ ଲକ୍ଷ କୃଷକଙ୍କ ବିଜୁଳି ବିଲ୍ ଶୂନ ହୋଇଯିବ । ଅର୍ଥାତ ତାଙ୍କୁ ବିଜୁଳି ବିଲ ଦେବାକୁ ପଡ଼ିବ ନାହିଁ । ସେହିପରି ଘରୋଇ ଉପଭୋକ୍ତାଙ୍କ ପାଇଁ ୧୦୦ ୟୁନିଟ ବିଜୁଳି ମାଗଣା କରାଯାଇଛି । ଯେଉଁଥିରେ ୧.୦୪ କୋଟି ଉପଭୋକ୍ତାଙ୍କ ବିଜୁଳି ବିଲ୍ ଶୂନ ହୋଇଯିବ ।

ମହଙ୍ଗା ବିଜୁଳି ବିଲ୍ ପାଇଁ କୃଷକମାନେ ନିଜ ବିଲରେ ଜଳସେଚନ ସଠିକ୍ ଭାବେ କରିପାରୁନଥିଲେ । ତେଣୁ ରାଜସ୍ଥାନ ସରକାରଙ୍କ ଏହି ନିଷ୍ପତ୍ତି କୃଷକଙ୍କ ପାଇଁ ଲାଭ ଦାୟକ ରହିବ ।୨୦୦୦ ୟୁନିଟ ମାଗଣା ଦିଆଯିବା ପରେ କୃଷକମାନେ ଭଲଭାବେ ନିଜ ଫସଲର ଜଳସେଚନ କରି ଯତ୍ନ ନେଇପାରିବେ । ଏହି ଲାଭ ସେହିମାନେ ଉଠାଇ ପାରିବେ ଯାହାର ପୂର୍ବରୁ କୌଣସି ବାକି ବିଲ୍ ନାହିଁ ।

ଏହାସହ ଆହୁରି ମଧ୍ୟ ସୁଯୋଗ ରଖିଛନ୍ତି ରାଜସ୍ଥାନ ସରକାର । ଯଦି କୌଣସି କୃଷକ ୨୦୦୦ ୟୁନିଟରୁ କମ ଖର୍ଚ୍ଚ କରୁଛନ୍ତି ତେବେ ଏହାର ବାକି ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିବ । ଏଥିରେ କୃଷକ ମାନଙ୍କୁ ବିଜୁଳି ବଞ୍ଚାଇବା ପାଇଁ ପ୍ରୋତ୍ସାହିତ ମଧ୍ୟ କରାଯାଉଛି । ଏହି ଅନୁଦାନକୁ ପାଇବା ପାଇଁ କୃଷକ ମାନଙ୍କୁ ନିଜ ବିଜୁଳି ଖାତା ନମ୍ବର ଏବଂ ବ୍ୟାଙ୍କ ଖାତା ନମ୍ବର ଆଧାର କାର୍ଡରେ ଲିଙ୍କ କରିବାକୁ ପଡିବ ।

Get real time updates directly on you device, subscribe now.