fbpx

୩ ଶିକ୍ଷକଙ୍କ ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ

ଭବାନୀପାଟଣା,୧୦ ।୨(ଓଡିଶା ଭାସ୍କର): କଳାହାଣ୍ଡିର ଭବାନୀଭାଟଣାକୁ ଆଜି ଅଚାନକ୍ ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଠିକ୍ ସମୟରେ ସ୍କୁଲ ଆସିନଥିବାରୁ ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଥିଲେ ମନ୍ତ୍ରୀ । ପରେ ସେମାନଙ୍କ ଦରମା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତେବେ ବିମ୍ବାଧର ହାଇସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟ ୨ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି । ଶିକ୍ଷକ ସୁଶାନ୍ତ ପ୍ରଧାନ, ସ୍ୱପ୍ନା ସେଠୀଙ୍କ ଦରମା ବନ୍ଦ କରିବା ସହ ଜବାବ ତଲବ କରିଥିଲେ ମନ୍ତ୍ରୀ । ସେହିପରି କର୍ଲାଗୁଡା ୟୁପି ସ୍କୁଲର ଶିକ୍ଷୟିତ୍ରର ଗୀତାଞ୍ଜଳି ଭଟିଙ୍କୁ ମଧ୍ୟ ଜବାବ ତଲବ କରିଥିଲେ ମନ୍ତ୍ରୀ ସମୀର ଦାଶ ।

Get real time updates directly on you device, subscribe now.