fbpx

ସାହିନବାଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୦ା୨(ଓଡ଼ିଶା ଭାସ୍କର): ଦିଲ୍ଲୀ ସ୍ଥିତ ସାହିନବାଗକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିକ୍ଷୋଭ ପ୍ରଦର୍ଶନ ଉପରେ ରୋକ୍ ଲଗାଇବାକୁ ମନାକରିଛନ୍ତି ସୁପ୍ରିମକୋର୍ଟ । ସର୍ବସାଧାରଣ ସ୍ଥାନରେ ଏତେଦିନ ଧାରଣା କରିବା ଅନୁଚିତ । ଦୀର୍ଘ ୫୮ଦିନ ହେବ ସାହିନବାଗରେ ବିରୋଧ ପ୍ରଦର୍ଶନ ଚାଲିଛି । ଧାରଣାକୁ ନେଇ ସରକାର ଓ ପୋଲିସକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଏହାସହ ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । ୧୭ଫେବୃଆରୀରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ନାଗରିକତା ସଂଶୋଧନ ଆଇନକୁ ନେଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ ଦେଖାଦେଇଥିଲା ।

Get real time updates directly on you device, subscribe now.