fbpx

ରାଜ୍ୟରେ ୩ ହଜାର ହେବ ଭତ୍ତା ଟଙ୍କା, ସାମାଜିକ ସୁରକ୍ଷା ମନ୍ତ୍ରୀଙ୍କ ସୂଚନା

Advertisement

ଭୁବନେଶ୍ୱର: ରାଜ୍ୟରେ ବଢିବ ମଧୁବାବୁ ପେନସନ ଯୋଜନା । ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ରାଜ୍ୟବାସୀଙ୍କୁ ମୋହନ ସରକାର ଆଉ ଏକ ଉପହାର ଭେଟି ଦେଇଛନ୍ତି । ଏହା ୩ ହଜାର ଟଙ୍କାକୁ ବଢିବ ବୋଲି ରାଜ୍ୟ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ଖବର ଅନୁସାରେ, ନିର୍ବାଚନ ପୂୂର୍ବରୁ ରାଜ୍ୟରେ ବିଜେପି ସରକାର ଗଠନ କଲେ ଭତ୍ତା ବଢେଇବାକୁ ପ୍ରତିଶୃତି ଦେଇଥିଲା । ଏବେ ତାହା ପୂରଣ କରିବେ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ବିଭିନ୍ନ ବର୍ଗର ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଏବଂ ବିଧବା ଭତ୍ତାକୁ ନେଇ ଆଲୋଚନା କରିଛନ୍ତି । କେଉଁ ବର୍ଗର ଲୋକମାନଙ୍କୁ କେତେ ଭତ୍ତା ବୃଦ୍ଧି କରାଯିବ ସେନେଇ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସେହିପରି କାହାକୁ କେତେ ଟଙ୍କା ଭତ୍ତା ବୃଦ୍ଧି କରାଯିବ ଏ ବାବଦରେ ପରେ ସୂଚନା ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସ୍ପଷ୍ଟିକରଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଆଗରୁ ବନ୍ଦ ଥିବା ସ୍କୁଲ ଗୁଡିକୁ ପୁଣିଥରେ ଖେଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ଜଣାଇ ଦିଆଯାଇଛି । ଏନେଇ ମଧ୍ୟ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.