fbpx

(Video) ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ପର୍ଯ୍ୟଟକ: ମହିଳା ମୃତ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ବେଳାଭୂମୀରେ ଗାଧୋଇବା ବେଳେ ଅଘଟଣ । ସମୁଦ୍ରରେ ଭାସିଗଲେ ୩ଜଣ ପର୍ଯ୍ୟଟକ ।ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ରାୟଗଡ଼ର ମିନାକ୍ଷୀ ନାୟକ । ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ସମୁଦ୍ରକୂଳ ଥାନା ପୋଲିସ ।

ତେବେ ମୃତକ ମହିଳା ମିନାକ୍ଷୀଙ୍କ ଘର ଛତିଶଗଡ଼ ରାୟଗଡ ଅଞ୍ଚଳରେ ବୋଲି ଜଣାପଡିଛି । ମିନାକ୍ଷୀଙ୍କ ସମେତ ୬ ଜଣ ପର୍ଯ୍ୟଟକ ଛତିଶଗଡ଼ରୁ ପୁରୀ ବୁଲିବାକୁ ଆସିଥିଲେ । ସେମାନେ ପୁରୀର ଏକ ହୋଟେଲରେ ରହୁଥିବା ବେଳେ ଆଜି ସକାଳେ ସମୁଦ୍ର ବୁଲିବାକୁ ଯାଇଥିଲେ । ସମୁଦ୍ରରେ ସମସ୍ତେ ଗାଧୋଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।

ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ସେକ୍ଟର ୧ ର ଦିଗବାରେଣି ଖୁଣ୍ଟି ବେଳାଭୁମୀରେ ମିନାକ୍ଷୀ ତାଙ୍କ ପରିବାରର ଅନ୍ୟ ପାଞ୍ଚ ଜଣଙ୍କ ସହ ଗାଧଉଥିଲେ । ହଠାତ୍ ଏହି ସମୟରେ ମିନାକ୍ଷୀଙ୍କ ସମେତ ପରିବାରର ଆଉ ୨ ଜଣ ଭାସିଯାଇଥିଲେ । ତେବେ ଭାସିଯାଇଥିବା ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ସମୟ ପରେ ମିନାକ୍ଷଙ୍କୁ ବ୍ଲୁ ଫ୍ଲାଗ ବିଚ୍ ସମୁଦ୍ରରୁ ଉଦ୍ଧାର କରାଯାଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସମୁଦ୍ରକୂଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି ।

Get real time updates directly on you device, subscribe now.