fbpx

(Video) ମୁଁ ପ୍ରେମ କରିଛି, ଶାରୀରିକ ସମ୍ପର୍କ ରଖିଛି: କେତେଦିନ ମୋ ଘର ଆଗରେ ଧାରଣାରେ ବସିବ, ମୁଁ ତୁମକୁ ବାହା ହୋଇ ପାରିବିନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁବତୀଙ୍କୁ ଯୁବକ ପ୍ରଥମେ ପ୍ରେମ କଲେ ଆଉ ତା’ପରେ ଶାରୀରିକ ସମ୍ପର୍କ ରଖିଲେ । ଆଉ ଏବେ ଅନ୍ୟ ଜଣଙ୍କୁ ମ୍ୟାରେଜ କରିବାକୁ ଚାହୁଁଛନ୍ତି । ଏହାକୁ ବିରୋଧ କରିବା ସହ ନ୍ୟାୟ ଦାବିରେ ପ୍ରେମିକଙ୍କ ଘର ବାହାରେ ଧାରଣା ଦେଇଛନ୍ତି ପ୍ରେମିକା । ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଘଟିଛି ଏଭଳି ଏକ ଘଟଣା । ପ୍ରେମୀ ଯୁଗଳ ଦିନେଶ ଓ କେ.ଦୀପିକାଙ୍କ ଲଭଷ୍ଟୋରୀ ଆଜି ଚିଟ୍ ଷ୍ଟୋରୀରେ ପରିଣତ ହୋଇଯାଇଛି ।

ସମୟକ୍ରମେ ଦୁହିଁଙ୍କ ପ୍ରେମ କାହାଣୀ ଆଗକୁ ଆଗେଇଥିଲା ଆଉ ଗର୍ଭବତୀ ହୋଇଥିଲେ ଦୀପିକା । ଏହାପରେ ଦୀପିକାଙ୍କୁ ଛାଡ଼ିଦେଇଥିଲେ ଦୀନେଶ । ଏନେଇ ଦୀପିକା ଟାଉନ ଥାନାରେ ଏତଲା ଦେଇଥିଲେ ଓ ଦିନେଶ ଗିରଫ ହୋଇ ଜାମିନରେ ମୁକୁଳିଥିଲେ । ତେବେ ମାମଲାଟି ଏବେ ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ଦିନେଶ ଅନ୍ୟ ଜଣଙ୍କୁ ବାହ କରିବାକୁ ଯାଉଥିବାରୁ ନିଜର ଏକ ବର୍ଷର ଶିଶୁପୁତ୍ର ସହ ଧାରଣାରେ ବସି ରହିଛନ୍ତି ଦୀପିକା ।

ତେବେ କେବେ ଦୀପିକା ନ୍ୟାୟ ପାଇବେ ଆଉ ଦୁହେଁ ଏକାଠି ହୋଇ ନୂଆ ଜୀବନ ଆରମ୍ଭ କରିବେ । କ’ଣ ରହିଛି ଦିନେଶଙ୍କ ମନରେ । ମୁଁ ଦିପିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଛି ସତ, ହେଲେ ବାହା ହୋଇ ପାରିବିନି । ଯେତେଦିନ ମୋ ଘର ଆଗରେ ବସୁଛ ବସ, ମୁଁ କିଛି ଶୁଣିବି ନାହିଁ ଏଭଳି କିଛି ଚିନ୍ତାଧାରା ବୋଧହୁଏ ଦିନେଶଙ୍କ ମନରେ ରହିଛି । ନହେଲେ ସେ ଦିପିକାଙ୍କୁ ଛାଡ଼ି ଅନ୍ୟ ଜଣଙ୍କୁ ବିବାହ କରିବାକୁ ଯାଆନ୍ତେ କିପରି । କାରଣ ଦିନେଶ ଜଣେ ହାଇ ଷ୍ଟାଣ୍ଡାର୍ଡ ଘରର ପିଲା, ତେଣୁ ତାଙ୍କ ପରିବାରରେ ଦିପିକାଙ୍କୁ ଗ୍ରହଣ କରିବାକୁ ଅରାଜି ବୋଲି ଦିପିକା କହିଥିଲେ । ଈଶ୍ୱର କରନ୍ତୁ, ଦିନେଶଙ୍କର ମନ ପରିବର୍ତ୍ତନ ହେଉ, ସେ ଦିପିକାଙ୍କୁ କୋଳେଇ ନେଇ ନିଜର ସୁଖର ସଂସାର କରନ୍ତୁ, ଏହା ହିଁ ଆମର କାମନା ।

Get real time updates directly on you device, subscribe now.