fbpx

ଲାଲୁ-ନୀତିଶ ଯୋଡି:ସେପଟେ ଭାଙ୍ଗିଲେ,ଏପଟେ ଯୋଡିଲେ…………

ବିହାର: ବର୍ତ୍ତମାନ ସବୁ ଗଣମାଧ୍ୟମାରେ ଗୋଟିଏ ପ୍ରମୁଖ ଖବର । ବିହରରେ ଭାଙ୍ଗିଲା ବିଜେପି -ଜେଡିୟୁ ମେଣ୍ଟ । ଜେଡିୟୁର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି ନୀତିଶ । ଯାହା ବର୍ତ୍ତମାନ ଚର୍ଚ୍ଚା ହେଉଛି ନୀତିଶ ତାଙ୍କ ପଦରୁ ମଧ୍ୟ ଇସ୍ତଫା ଦେଇ ପାରନ୍ତି ।

ସେପଟେ ବିହାରରେ ଲାଲୁ ଆଉ ନୀତିଶଙ୍କ ଯୋଡିକୁ ପୁଣି ଏକାଠି ଦେଖିବାକୁ ମିଳିବା ନେଇ ମଧ୍ୟ ଖୁବ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଜେଡିୟୁ ବିଜେପି ସହିତ ତାର ମେଣ୍ଟ ଭାଙ୍ଗି ବର୍ତ୍ତମାନ ସବୁ ଠାରୁ ବଡ ଖବର ହୋଇଥିବା ବେଳେ ପୁଣି ଥରେ ବିହାରରେ ଲାଲୁ ଆଉ ନୀତିଶଙ୍କ ଯୋଡି ଦେଖିବାକୁ ମିଳିବ । ଏହି ସୂଚନା ଲାଲୁଙ୍କ ଝିଅ ତାଙ୍କ ସୋସିଆଲ ମିଡିଆରେ ଦେଇଛନ୍ତି ।

 

ପ୍ରସ୍ତୁତ ରୁହ, ଲୋକମାନେ ଫେରିବାକୁ ଯାଉଛନ୍ତି ବୋଲି ଏକ ଭିଡିଓ ସହିତ ଲାଲୁ ଯାଦବଙ୍କ ଝିଅ ରୋହିନୀ ଯାଦବ ଟ୍ୱିଟ କରିଛନ୍ତି।୨୦୧୭ ରେ ନୀତୀଶ କୁମାର ବିଜେପି ସହ ମେଣ୍ଟ କରିବା ପାଇଁ ଗ୍ରାଣ୍ଡ ଆଲାଇନ୍ସ କଲିଜନ ରୁ ବାହାରି ଯାଇଥିଲେ। ବିହାରରେ ୨୪୩ ସଦସ୍ୟ ବିଶିଷ୍ଟ ଏକ ସଭା ଅଛି । ମୋଟ ବିଧାୟକଙ୍କ ମଧ୍ୟରୁ ବିଜେପିର ୭୭ ଜଣ ବିଧାୟକ ଥିବାବେଳେ ଜେଡି (ୟୁ) ର ୪୫ ଜଣ ସଦସ୍ୟ ଅଛନ୍ତି। ୧୨୭ ବିଧାୟକଙ୍କ ସହ ଜଔଊ ଏକକ ବୃହତ୍ତମ ଦଳ।  ସୋମବାର ନୀତୀଶ କୁମାର ଭାରତୀୟ ଜନତା ପାର୍ଟିର ତାଙ୍କ ଡେପୁଟି ତାରକିଶୋର ପ୍ରସାଦଙ୍କୁ ସଂକ୍ଷେପରେ ସାକ୍ଷାତ କରିଥିଲେ।

 

ଜେଡିୟୁ ଏବଂ ବିଜେପି ମେଣ୍ଟ ଭାଙ୍ଗିଯିବ ଉପରେ ଆର୍‌ଜେଡି ଆଜି କହିଛି ଯଦି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ବିଜେପି ସହ ମେଣ୍ଟ ଭାଙ୍ଗେ ତେବେ ଏହା ଜେଡିୟୁକୁ ଆପଣାଇବାକୁ ପ୍ରସ୍ତୁତ ଆରଜେଡି ଜାତୀୟ ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀ କହିଛନ୍ତି , ଆଜି ଜେଡିୟୁ ଏବଂ ଆର୍‌ଜେଡି ନେତାମାନଙ୍କର ବୈଠକ ଅଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିହାରରେ ଭିନ୍ନ ପରିସ୍ଥିତି ଉପୁଜିଛି । ତିୱାରୀ କହିଛନ୍ତି , ଯଦି ନୀତୀଶ ଏନ୍‌ଡିଏରୁ ଓହରିବାକୁ ଚାହିବେ ତେବେ ଆମେ ତାଙ୍କୁ ଆପଣାଇବା ଛଡ଼ା ଆଉ କ’ଣ କରିପାରିବୁ । ସୋମବାର ଠାରୁ ଅନେକ କଂଗ୍ରେସ ଏବଂ ଆରଜେଡି ନେତା କହିଛନ୍ତି ଯେ ନୀତୀଶ କୁମାରଙ୍କୁ ସମର୍ଥନ କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି ବୋଲ କହିଛନ୍ତି ।

ତେବେ ବର୍ତ୍ତମାନ ସମସ୍ତଙ୍କ ନଜର ନୀତିଶଙ୍କ ଉପରେ । ବିହାର ରାଜନୀତିକୁ ନେଇ ନୀତିଶଙ୍କ ନିଷ୍ପତ୍ତି କଣ ହେବ ତାହା ଦେଖିବା ବାକି ରହିଲା ।

Get real time updates directly on you device, subscribe now.